ଚିକିଟୀରେ ବ୍ଲକ ସ୍ତରୀୟ ନୂଆ – ଓ କାର୍ଯ୍ୟକ୍ରମ ଉଦଯାପିତ…

ଚିକିଟୀ : ଚିକିଟୀ ବ୍ଲକ ର ଗୌରଚନ୍ଦ୍ର ମିନି ଷ୍ଟାଡିୟମ ଠାରେ ରାଜ୍ୟ ସରକାର ଙ୍କ ନୂଆ-ଓ ତଥା କ୍ରୀଡା ଦିବସ କାର୍ଯ୍ୟକ୍ରମ ଯୁବ ଓଡିଶା,ନବୀନ ଓଡିଶା କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସାଵ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥିଭାବେ ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ଚିକିଟୀ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ଏନ ଏ ସି  ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ,ବିଡ଼ିଓ ପ୍ରମୋଦ କୁମାର ନାୟକ, ତହସିଲଦାର ବଳଦେବ ବେହେରା, ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ଏସଡିପିଓ ସୁଜିତ କୁମାର ନାୟକ, ବ୍ଲକ ଉପାଧ୍ୟାକ୍ଷା ବି. ରେଣୁକାମା,ଜିଲ୍ଲା ପରିଷଦ ସଭ୍ୟ ଏନ ନାଗରାଜୁ ପ୍ରମୁଖ ମଞ୍ଚାସିନ ରହି ଯୁବକ ମାନଙ୍କ କ୍ରୀଡା ଦକ୍ଷତା ଉପରେ ବକ୍ତବ୍ୟ ରଖିଥଲେ।ମନ୍ତ୍ରୀ ଓ ସାଂସଦ ଷ୍ଟାଡିଅମ ଠାରେ ପହଁଞ୍ଚିବା ପରେ ଚିକିଟୀ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରି ସଭା ମଞ୍ଚ ନିକଟକୁ ପାଛୋଟି ଅଣା ଯାଇଥିଲା। ସୁଶ୍ରୀ ରୁଦ୍ରରୁପା ବ୍ରହ୍ମ। ଙ୍କ ,”କରୁଣା  ସାଗର ” ପ୍ରାରମ୍ଭିକ  ସଙ୍ଗୀତ ଗାନ ସମସ୍ତ ଉପସ୍ଥିତ ଜନତାଙ୍କ ମନ ମୋହିଥିଲ ।କ୍ରୀଡା କୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏହାର ବିକଶ ଦିଗରେ ବିଭିନ୍ନ ପ୍ରୋଛାହନ ଯୋଗାଇ ଦେଉଛନ୍ତି ଏଣୁ ଯୁବକ ମାନେ ଏହାର ସୁଯୋଗ ନେଇ ଶାରୀରିକ ବିକାଶ ଦିଗରେ ସହାୟକ ହେବାକୁ ଆଗେଇ ଆସିବା ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଓ ସାଂସଦ ନିଜର ବକ୍ତବ୍ୟ ରଖିଥିଲେ। ସାତ ଦିନ ଧରି ଚାଲି ଥିବା ହକି କବାଡି, ଖୋ- ଖୋ , କ୍ରିକେଟ, ଭଲିବଲ, ଫୁଟବଲ ଆଦି  ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।କ୍ରୀଡା ପ୍ରତିଯୋଗୀ ମାନଙ୍କ ପ୍ରଚ୍ଛଦ ପଟରେ ରହିଥିବା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସି ଡି ପି ଓ ଗୀତାଞ୍ଜଳି ପାଣିଗ୍ରାହୀ,ସରପଞ୍ଚ ବି. ଜ୍ୟୋତି ରେଡ୍ଡୀ, ମିନତୀ ପଣ୍ଡା,ସମସ୍ତ ସରପଞ୍ଚ, ସମସ୍ତ ଏନ ଏ ସି କାଉନ୍ସିଲର, ପ୍ରମୁଖ ମଞ୍ଚାସିନ ରହିଥିଲେ।ଏହି ପ୍ରତିଯୋଗିତାରେ ଚାମ୍ପିୟାନ ହୋଇଥିବା ସାତଟି ଟିମ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇଥିଲେ।

nis-ad
Leave A Reply

Your email address will not be published.