ରନ୍ଧା ଦେଶୀ ମଦ ଓ ମହୁଲ ପୋଚ ଜବତ: ଜଣେ ଗିରଫ

ଦେବଗଡ଼,୨୯ା୧୨ : ବାରକୋଟ ଅବକାରୀ ଥାନା ପକ୍ଷରୁ ଶୁକ୍ରବାର ସରୁଆଳି ଗ୍ରାମ ପଂଚାୟତ ସଦର ମହକୁମାରେ ଚଢଉ କରାଯାଇ ବିପୁଳ ପରିମାଣର ବେଆଇନ ଦେଶୀ ରନ୍ଧାମଦ ଓ ମହୁଲ ପୋଚ ଜବତ କରାଯାଇଛି ।ଏଥିସହ ଏ ଘଟଣାରେ ଉକ୍ତ ଗ୍ରାମର ଭାରତ ସାହୁ(୫୭)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଅବକାରୀ ଅଧିକ୍ଷିକା ବାସନ୍ତୀ ପ୍ରଭା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାରକୋଟ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସିଦ୍ଧେଶ୍ୱର ନାୟକ , ସବ ଇନ୍ସପେକ୍ଟର ସୀମା କିରେଇ,ଏ ଏସ୍ ଆଇ ଅଶ୍ୱିନୀ ପାଣି ଓ ପଦ୍ମାଳୟା ମୁଣ୍ଡା ପ୍ରମୁଖ ବିଭାଗୀୟ କର୍ମଚାରୀଙ୍କ ସହିତ ସଦଳବଳେ ସରୁଆଳି ଗ୍ରାମର ଜଙ୍ଗଲ ମଧ୍ୟରେ ଚଢଉ କରିଥିଲେ । ଚଢଉ ସମୟରେ ସେଠାରୁ ୪୦ କିଲୋ ମହୁଲ ପୋଚ ଓ ୧୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ଏଘଟଣାରେ ଭାରତ ସାହୁ(୫୭)କୁ ଗିରଫ କରିଥିଲେ । ଜବତ ମହୁଲ ପୋଚ ଗୁଡିକୁ ଘଟଣା ସ୍ଥଳରେ ନଷ୍ଟ କରିବାସହ ସଂଧ୍ୟାରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ଅନୁରୂପ ଭାବେ ଉକ୍ତ ଟିମ ସରୁଆଳି ଗ୍ରାମ ପଂଚାୟତର ଗୋଠନାଳି ଗ୍ରାମର ନାଳ କଡରେ ଚଡଉ କରି ୧୦ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ୨୪୦ କିଲୋ ମହୁଲ ପୋଚ ଜବତ କରାଯାଇଥିଲା । ତେବେ ଏହା କିଏ ପ୍ରସ୍ତୁତ କରିଥିଲା ତାହା ଜଣାପଡିନଥିବାରୁ ଏ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ ।

nis-ad
Leave A Reply

Your email address will not be published.