ବିଷ ଖାଇ ଜୈନେକ ବ୍ୟକ୍ତିଙ୍କ ମୃତ୍ୟୁ…!

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଜୟଡେଗା ପଞ୍ଚାୟତ ସରଣାଟୋଲିର ଜୈନେକ ବ୍ୟକ୍ତିଙ୍କ ବିଷ ଖାଇ ମୃତ୍ୟୁ ଘଟିଥିବା ଜଣାପଡିଛି ! ପ୍ରାପ୍ତ ସୂଚନା ଅନୁଯାୟୀ ଗତ କାଲି ରାତ୍ରରେ କିଛି କଥାକୁ ନେଇ ଘରେ ବଚସା ହେଇଥିଲା ! ସେଇ କଥାକୁ ନେଇ ଆଜି ମାନସିତ କେରକେଟା ୫୫ ବର୍ଷ ବିଷଖାଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି ! ଘର ଲୋକେ ମାନ୍ସିତ ବିଷ ଖାଇଛି ଜାଣିବା ପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ମନ୍ଦରୀୟା ଡେମ ଲାଇନ ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ ! ସେଠାରେ ଡାକ୍ତର ପରୀକ୍ଷା କରି ଦେଖି ମୃତ୍ୟୁ ଘୋଷଣା କରିଥିଲେ ! ମୃତ୍ୟୁ ଘଟିଥିବା ଜାଣି ଘର ଲୋକେ ରାଏବାଗା ପୋଲିସକୁ ସୂଚନା ଦେଇଥିଲେ ! ରାଏବଗା ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ସୁରେଶ କୁମାର ସାମଲ ଓ ଶଶିଭୂଷଣ ମହାତ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପରେ ଘର ଲକଙ୍କୁ ହସ୍ତାନ୍ତର କରିବା ପୋଲିସ ପକ୍ଷରୁ ପ୍ରକାଶ ! ଏବଂ ଘଟଣାର ତଦନ୍ତ ଆରମ୍ଭ ରଖିଛି ରାଏବଗା ପୋଲିସ !

nis-ad
Leave A Reply

Your email address will not be published.