ପରକିୟା ପ୍ରୀତିରୁ ହତ୍ୟା କାଣ୍ଡ: କଙ୍କାଳ ଓ ପାଉଁଶ ଜବତ ସ୍ତ୍ରୀ ଓ ଭିଣୋଇ ଗିରଫ,ସ୍ୱାମୀ ନିଖୋଜ ଥିବା ଏତଲା ଦେଇଥିଲା ସଇତାନ ସ୍ତ୍ରୀ…

ଦେବଗଡ,୨୨ା୧୨, :ଗତ ନଭେମ୍ବର ମାସ ୨୭ ତାରିଖରେ ଦେବଗଡ ଜିଲା ଲଇମୁରା ଗ୍ରାମର ଉମାକାନ୍ତ ବାଘ ନିଖୋଜ ଘଟଣାର ପର୍ଦ୍ଦାଫାଶ କରିବାରେ ଲଇମୁରା ଥାନା ପୋଲିସ । ସଫଳ ହୋଇଛି । ତଦନ୍ତ ସମୟରେ ଏହା ଏକ ହତ୍ୟା କାଣ୍ଡ ବୋଲି ଜଣାପଡିବା ପରେ ପୋଲିସ ହତୟାକାରୀ ସ୍ତ୍ରୀ ଆରତୀ ବାଘ ଓ ଭିଣୋଇ ଚନ୍ଦ୍ରମଣି ସୁନାନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ପୋଡିଯାଇଥିବା ଉମାକାନ୍ତଙ୍କ କଙ୍କାଳ ଓ ପାଉଁଶ ଜବତ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ଶଳା ଭାଉଜ ଓ ଭିଣୋଇ ଜ୍ୱାଇଁଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଓ ପରକିୟା ପ୍ରୀତି ହିଁ ହତ୍ୟା କାଣ୍ଡର କାରଣ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ଲଇମୁରା ଗ୍ରାମର ଉମାକାନ୍ତ ବାଘଙ୍କ ସ୍ତ୍ରୀ ଆରତୀ ବାଘ ଓ ଭିଣୋଇ ଚନ୍ଦ୍ରମଣି ସୁନାନୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବା ବେଳେ ଏନେଇ ଉମାକାନ୍ତ ଓ ସ୍ତ୍ରୀ ଆରଥୀଙ୍କ ମଧ୍ୟରେ ଏକାଧିକ ବାର ପାଟିତୁଣ୍ଡ ହେବାସହ କଥା ହାତାହାତି ପର୍ଯ୍ୟନ୍ତ ଯଇଥିଲା । ଏପରିକି ମାମଲା ଲଇମୁରା ଥାନା ପର୍ଯ୍ୟନ୍ତ ଯାଇଥିଲା । ଏହି କ୍ରମରେ ଗତ ନଭେମ୍ବର ମାସ ୨୭ ତାରିଖ ରାତ୍ରୀରେ ଖିଆ ପିଆ ସାରିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପୁଣିଥରେ ବଚସା ହୋଇଥିଲା । ଏଥିରେ ସ୍ତ୍ରୀ ଆରତୀ ଉତକ୍ଷୀପ୍ତ ହୋଇ ପଡିବାସହ ଉମାକାନ୍ତଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତି ନେବାସହ ପ୍ରେମିକ ତଥା ଭିଣୋଇ ଜ୍ୱାଇଁ ଚନ୍ଦ୍ରମଣିଙ୍କୁ ଫୋନ ଯୋଗେ ଡକାଇଥିଲେ । ଚନ୍ଦ୍ରମଣୀ ସେଠାରେ ପହଂଚିବା ପରେ ଉଭୟେ ମିଶି ଉମାକାନ୍ତଙ୍କୁ ହତ୍ୟା କରିଥିଲେ । ସ୍ତ୍ରୀ ଆରତୀ ସ୍ୱାମୀ ଉମାକାନ୍ତଙ୍କୁ ମାଡିବସିବା ସହ ଗୋଡକୁ ଜାବୁଡି ଧରିଥିବା ବେଳେ ଭିଣୋଇ ଚନ୍ଦରମଣି ଗଳା ଚିପି ହତ୍ୟା କରିଥିଲେ । ଏହାପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଚନ୍ଦ୍ରମଣି ଉମାକାନ୍ତଙ୍କ ମୃତଦେହକୁ ଏକ ବସ୍ତାରେ ପୁରାଇ ସାଇକେଲ ଯୋଗେ ନିକଟସ୍ଥ ଭାଲୁଗୁହା ଗ୍ରାମର ଜଙ୍ଗଲ ମଧ୍ୟକୁ ନେଇ ଏକ ଖାତ ମଧ୍ୟରେ ପୋତି ଦେଇଥିଲା । ତେବେ ସେହି ସ୍ଥାନରେ ଛେଳି ଚରାଳିଙ୍କ ଚଳ ପ୍ରଚଳ ରହିଥିବାରୁ ଏକତା ଜଣାପଡିଯିବା ଭୟରେ କିଛି ଦିନ ପରେ ମୃତଦେହକୁ ସେଠା(ଉକ୍ତ ଖାତ ମଧ୍ୟରୁ )ରୁ ବାହାର କରିବା ସହ ମୃତ ଦେହକୁ ରଶି ସହାୟତାରେ ପଥର ବାନ୍ଧି ଅନତି ଦୂରରେ ଥିବା ଚକରାଦର୍ହ ନାଳ ମଧ୍ୟରେ ବୁଡାଇ ଦେଇଥିଲେ । ତେବେ ମୃତଦେହଟି ଫୁଲିଯିବା ପରେ ଗାଧୋଇବାକୁ ଯାଇଥିବା ଉକ୍ତ ଗ୍ରାମର କେତେକ ଯୁବକ ଏହା ଦେଖିବା ସହ ଏହାର ଚିତ୍ର ମଧ୍ୟ ଉତୋଳନ କରିଥିଲେ । ସମ୍ପୃକ୍ତ ଯୁବକ ମାନେ ମୃତ ଦେହର ଚିତ୍ର ଉତୋଳନ କରିଥିବା ଚନ୍ଦ୍ରମଣି ଜାଣିବା ପରେ ସମ୍ପୃକ୍ତ ଯୁବକ ମାନଙ୍କ ନିକଟକୁ ଯାଇ ଏକଥାକୁ ପ୍ରଘଟ ନକରିବାକୁ ଧମକ ଦେଇଥିଲେ । ଫଳରେ ସମ୍ପୃକ୍ତ ଯୁବକ ମାନେ ଭୟଭୀତ ହୋଇ ପଡିବାସହ ଏକଥାକୁ ଗୁପ୍ତ ରଖିଥିଲେ । ଏହାପରେ ଚନ୍ଦ୍ରମଣି ପ୍ରମାଣ ନଷ୍ଟ ପାଇଁ ରାତାରାତି ଉକ୍ତ ନାଳରୁ ଉମାକାନ୍ତଙ୍କ ମୃତଦେହ ବାହାର କରି ନିକଟସ୍ଥ ଜଙ୍ଗଲ ମଧ୍ୟରେ ନିଆଁରେ ପୋଡି ଦେଇଥିଲେ । ଏଣେ ଉମାକାନ୍ତ ନିଖୋଜ ହେବାର ଏକ ମାସ ପୁରିବାକୁ ବସିଥିଲେ ହେଁ ଲଇମୁରା ଥାନା ପୋଲିସ ତାକୁ ଠାବ କରିପାରିନଥିବା ପ୍ରତିବାଦରେ ସମ୍ପୃକ୍ତ ଅଂଚଳର ମହିଳା ମାନେ ମଙ୍ଗଳବାର ଲଇମୁରା ଥାନା ଘେରାଉ କରିଥିଲେ । ସୂଚନା ପାଇ ଦେବଗଡ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଲଇମୁରା ଥାନାରେ ପହଂଚି ଆନ୍ଦୋଳନରତା ମହିଳାଙ୍କୁ ବହୁ ବୁଝାଶୁଝା କରିଥିଲେ ହେଁ ସେମାନେ କୌଣସି କଥା ନଶୁଣି ଉମାକାନ୍ତଙ୍କ ହତ୍ୟାକାରୀ ମାନଙ୍କ ଗିରଫ ଦାବୀରେ ଅଟଳ ରହିଥିଲେ । ଏହି ଅବସରରେ ଉମାକାନ୍ତଙ୍କୁ ଚନ୍ଦ୍ରମଣି ସୁନାନୀ ହତ୍ୟା କରିଥିବା ଜାଣିଥିବା ଏବଂ ଶବକୁ ପୋଡିଦେଉଥିବା ନିଜେ ଦେଖିଥିବା ନେଇ ଭାଲୁଗୁହା ଗ୍ରାମର ଗଗନ ନାୟକ ଗତକାଲି ଲଇମୁରା ଥାନାରେ ଲିଖୀତ ଅଭିଯୋଗ କରିବାରୁ ପୋଲିସ ଏକ ହତ୍ୟା ମାମଲା ରୁଜୁକରିବା ସହ ୬ ଘଂଟା ମଧ୍ୟରେ ହତ୍ୟାକାରୀ ମାନଙ୍କୁ ଗିରଫ କରିବ ବୋଲି ପ୍ରତିଶୃତି ଦେଇଥିଲା । ଫଳରେ ଆନ୍ଦୋଳନରତା ମହିଳା ମାନେ ଆଜି ପ୍ରତ୍ୟୂଷ ପର୍ଯ୍ୟନ୍ତ ଲଇମୁରା ଥାନା ସମ୍ମୁଖରେ ବସି ରହିଥିଲେ । ପ୍ରତିଶୃତି ଅନୁଯାୟୀ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ତତ୍ୱାବଧାନରେ ଲଇମୁରା ଥାନା ଅଧିକାରୀ ସନ୍ତୋଷ କୁମାର ସେଠୀ ହତ୍ୟାକାରୀ ଚନ୍ଦ୍ରମଣି ଓ ଆରତୀଙ୍କୁ ଗିରଫ କରି ଥାନାରେ ପହଂଚିବା ପରେ ସେମାନଙ୍କୁୁ ଦେଖିବା ପାଇଁ ମହିଳା ମାନେ ଜିଦ ଧରିବା ସହ ପୋଲିସ ଗାଡିକୁ ଅଟକାଇଥିଲେ । ମାତ୍ର ଉଜେନା ଓ ଗିରଫ ଅଭିଯୁକ୍ତ ଦ୍ୱୟଂକ ସୁରକ୍ଷାକୃ ଦୃଷ୍ଟିରେ ରଖି ପୋଲିସ ଅନୁମତି ନଦେଇ ଭିତରକୁ ନେଇଯିବାରୁ ମହିଳା ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଅପରାହ୍ନରେ ଆନ୍ଦୋଳନରତା ମହିଳା ମାନେ ଅଭିଯୁକ୍ତ ମାନଙ୍କୁ ଅବିଳମ୍ବେ ଗିରଫ ଏବଂ ସେମାନଙ୍କ ପ୍ରତି କଠୋର ଦଣ୍ଡ ବିଧାନ ନିମନ୍ତେ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ଏମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଚନ୍ଦ୍ରମଣି ଓ ଆରତୀଙ୍କୁ ଗିରଫ କରାଯାଇଥିବା ସେମାନଙ୍କୁ ଆନୁଷ୍ଠାନିକ ଭାବେ ସୂଚନା ଦେବାସହ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେବାରୁ ସେମାନେ ଫେରିଯାଇଥିଲେ ।

nis-ad
Leave A Reply

Your email address will not be published.