ଫୁଲବାଣୀ : ବୁଧବାର ଜିଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି, ଫୁଲବାଣୀ କନ୍ଧମାଳକୁ ରେଳ ପଥ ସଂଯୋଗ ପାଇଁ ଏକ ଦିନିକିଆ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା l କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଆବାହକ ତଥା ସମାଜ ସେବୀ ଅଶୋକ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଗଣ ଧାରଣାରେ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, ସଂଯୋଜକ ପ୍ରଣବ ମଣ୍ଡଳ,ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ନାରାୟଣ ସାହୁ ସମାଜସେବୀ ବିରଜା ପ୍ରସାଦ ରଥ, ପ୍ରମୋଦ ସାହୁ, ଅମୀୟ ଦାସ, ବ୍ରଜ ପଟନାୟକ, ରାଜୁ ପାଢୀ, କେ. ଜ୍ଞାନ୍ ଦୋରା, ପ୍ରସନ୍ନ ବେହେରା, କୁଇ ସାମାଜ ସମିତି ସମ୍ପାଦକ ଅବନୀ କହ୍ନର, ଅଟୋ ଚାଳକ ସଂଘ କର୍ମକର୍ତା ପ୍ରମୂଖ ଫୁଲବାଣୀ କୁ ରେଳ ସଂଯୋଗ ରୁ ବାଦ୍ ଦିଆଯାଇ ଥିବା ପ୍ରତିବାଦ କରି ଗଣ ଧାରଣା ରେ ବସିଥିଲେ l ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ, ରେଳ ବିଭାଗ ଉଚ କତୃପକ୍ଷ, ରାଜ୍ୟ ସରକାର, କେନ୍ଦ୍ର ସରକାର,ଓ ରି ଡେଲ କତୃପକ୍ଷ ଙ୍କୁ ଗତ ମାସେ ରୁ ଅଧିକ ଦିନ ହେଲା ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ପତ୍ର ଦିଆଯାଇଥିଲେ ମଧ୍ଯ କୌଣସି ଉତ୍ତର ନ ମିଳିବା ରୁ ଉଦବେଗ ପ୍ରକାଶ କରିବା ସହ ଆଜି ଗଣ ଧାରଣା ଦିଆଯାଇଥିଲା l ଆବଶ୍ୟକ ପଡିଲେ ଆଗାମୀ ଦିନରେ ରାଲି, ବିକ୍ଷୋଭ,, ଓ ଜିଲ୍ଲା ବନ୍ଦ ଡାକରା ଭଳି ପଦକ୍ଷେପ ନିଆ ଯାଇପାରେ ବୋଲି ଅଧ୍ୟକ୍ଷ ପାଣ୍ଡେ କହିଛନ୍ତି l ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.