କଲିକତାରୁ ଆସିଥିବା ଟୁରିଷ୍ଟ ବସ ଦୁର୍ଘଟଣା ଗ୍ରସ୍ତ। ୨ ଗୁରୁତର ୩୩ ଆହତ

ଦାରିଙ୍ଗବାଡ଼ି, ୨୭/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ମହାଗୁଡି ଗ୍ରାମ ନିକଟ ଅଡାଧାର ପୋଲ ରେ ଆଜି ସକାଳ ପ୍ରାୟ ୯ରୁ୧୦ ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଟୁରିଷ୍ଟ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ଖବର ପାଇ ମହାଗୁଡି ଗ୍ରାମ ବାସୀ ଘଟଣା ସ୍ଥଳରେ ପହଞ୍ଚି ବ୍ରାହ୍ମଣୀଗାଁ ଡାକ୍ତରଖାନା ଓ ଥାନାକୁ ସୂଚନା ଦେବାସହିତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଗୁରୁତ୍ୱର ଦୁଇ ଜଣ ସୁଷେନ ସାହା(ମହିଳା) ଓ ସଜେୟ ଅଧିକାରୀ (ବାଳକ) ଙ୍କୁ ଯାତ୍ରୀ ବାହୀ ଅଟ ଯୋଗେ ବ୍ରାହ୍ମଣୀଗାଁ ଡାକ୍ତର ଖାନାକୁ ପଠାଇ ଥିଲେ। ବ୍ରାହ୍ମଣୀଗାଁ ଡାକ୍ତର ଏହି ଗୁରୁତ୍ୱର ଦୁଇ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତର ଖାନାକୁ ରେଫର କରିଥିବା ସୂଚନା ରହିଛି। ଘଟଣା ସ୍ଥଳରେ ଆମ୍ବୁଲାନ୍ସ, ୧୦୮ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଡାକ୍ତର ଖାନା ପହଞ୍ଚାଇ ଥିଲେ। ଥାନା ଅଧିକାରୀ ଚାପ ଧାରୀ ପ୍ରଧାନଙ୍କ ନେତୃତ୍ୱରେ ଏ ଏସ ଆଇ ରମାକାନ୍ତ ସେଠି ଙ୍କ ସହିତ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଜାରୀ ରଖିଛନ୍ତି। ସୂଚନା ଯେ କଲିକତାର ଏକ କରାଟେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଭିଭାବକ ଓ ଅନୁଷ୍ଠାନର କର୍ମଚାରୀ ମାନେ ଦୁଇଟି ଗାଡ଼ିରେ ପ୍ରାୟ ୮୦ ଯାତ୍ରୀ ଗତକାଲି ଦାରଙ୍ଗବାଡି ରେ ପହଞ୍ଚି ଆଜି ଗୋପାଳପୁର ଅଭିମୁଖେ ଯାତ୍ରା କରୁଥିଲେ। ହେଲେ ଅଚାନକ ଭାବେ ଗାଡିର ଡାଇନାମା ବନ୍ଦ ହୋଇ ଥିବା କାରଣରୁ ପାୱାର ଷ୍ଟେରିଂ ଅଚଳ ହୋଇଥିବା ଫଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୀର୍ଘ ଏକ ମାସରୁ ଅଧିକ ଦିନ ଧରି ବିଏସେଏନଏଲ ସେବା ବନ୍ଦ ରହିବା କାରଣରୁ ଦୁର୍ଘଟଣା ସୂଚନା ପାଇବାରେ ବିଳମ୍ବ ହୋଇଛି। ଏହି ଦୁର୍ଘଟଣାରୁ ଅଞ୍ଚଳ ବାସୀ ଉତେଜିତ ହେବା ସହିତ କଞ୍ଜୁମର କେସ କରିବାକୁ ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

nis-ad
Leave A Reply

Your email address will not be published.