ଧାନମଣ୍ଡିରେ ଅବ୍ୟବସ୍ଥା ନେଇ କଂଗ୍ରେସର ଅଭିଯୋଗ…

ଦେବଗଡ,୨୬ା୧୨: ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ଦେବଗଡ ଜିଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଦେବଗଡ ଜିଲା କଂଗ୍ରେସ କମିଟି ସଭାପତି ସେମ ହେମ୍ରମ ଉପଜିଲାପାଳ ପରକ୍ଷୀତ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏନେଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରଥିବା ଜଣାପଡଛି । ଦେବଗଡ ଜିଲାରେ ଗତ ୧୫ତାରିଖରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେଧାନମଣ୍ଡି ଗୁଡିକରେ କ୍ୱିଂଟାଲ ପ୍ରତି ସାଢେ ୩ କେଜିରୁ ୭ କେଜି ପର୍ଯ୍ୟନ୍ତ କଟନୀ ଛଟନୀ କରାଯାଉଛି । ଏଥିସହ ମିଲକୁ ଧାନ ଆଣିଦେବା ପାଇଁ ମିଲର୍ସ ମାନେ ନିରୀହ ଚାଷୀ ମାନଙ୍କୁ ବାଧ୍ୟ କରୁଛନ୍ତି । ଏଥିସହ ମିଲ୍‌କୁ ଧାନ ଆଣି ନଦେଲେ ଧାନ ଉଠାଇବୁ ନାହିଁ ବୋଲି ଚାଷୀ ମାନଙ୍କୁ ପରୋକ୍ଷରେ ଧମକ ଦେଉଥିବାରୁ ଅଭାବରେ ଥିବା ଚାଷୀ ମାନେ ଅନନ୍ୟୋପାୟ ହୋଇ ମିଲ୍ କୁ ଧାନ ନେଇ ଦେବା ସହ ହଜାର ହଜାର ଟଙ୍କାର କ୍ଷତି ସହୁଛନ୍ତି । ଏସବୁ ଜାଣି ଜିଲା ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଛି ବୋଲି କଂଗ୍ରେସ ପକ୍ଷରତୁ ଉପରୋକ୍ତ ଦାବୀପତ୍ରରେ ଅଭିଯୋଗ କରାଯିବା ସହ ଏଥିପ୍ରତି ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ କରାଯାଇଛି ।

nis-ad
Leave A Reply

Your email address will not be published.