ଆଜି ୧୦ ଡିଗ୍ରୀ ତଳେ ୩ ସହର…

winter-sunrise-fog-smog-cold-wave-e1671353907193

ଭୁବନେଶ୍ବର : କମୁଛି ପାରଦ ଆଉ ବଢୁଛି ଶୀତ  । ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ଆଜି୧୦ ଡିଗ୍ରୀ ତଳେ ରହିଛି ୩ଟି ସହର  ।  ୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ପାଲଟିଛି ସବୁଠୁ ଥଣ୍ଡା ସହର  । ସେହିପରି  ଦାରିଙ୍ଗବାଡ଼ି ରେ ୮.୫ ଡିଗ୍ରୀ ଓ ସିମିଳିଗୁଡ଼ାରରେ ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।  କଟକ ଓ ଭୁବନେଶ୍ୱରରେ ବି ରାତି ତାପମାତ୍ରା ବୃଦ୍ଧି ଘଟିଛି।

କଟକରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୬.୯ ଡିଗ୍ରୀ ରେକର୍ଡ କରାଯାଇଛି। ଏହାବାଦ ସୁନ୍ଦରଗଡ଼ ୧୧ ,  ରାଉରକେଲାରେ ୧୩.୮, କେନ୍ଦୁଝରରେ ୧୨.୨, ଭଦ୍ରକରେ ୧୭.୨, ଯାଜପୁରରେ ୧୭.୫, କେନ୍ଦ୍ରାପଡ଼ାରେ ୧୪.୮, ଜଗତସିଂହପୁର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି।

nis-ad
Leave A Reply

Your email address will not be published.