ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟର ଦିତୀୟ ବାର୍ଷିକ ଉତ୍ସବ ପାଳନ…

ହିଞ୍ଜିଳିକାଟୁ ୨୫/୧୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ରଦିତୀୟ ବାର୍ଷିକ ଉତ୍ସବ ଓ ଗୀତା ଯଜ୍ଞ ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟର ଅଧ୍ୟକ୍ଷ ସଙ୍କର୍ଷଣ ପାଠୀ ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଯୋଗଦେଈଥିବା ଵେଳେ ଅନ୍ୟତମ ଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା, ମୁଖ୍ୟବକ୍ତା ଭାବେ ମହନ୍ତ ହରିହର ଦାଶ ଓ ଅନୁଷ୍ଠାନ ର ଉପଦେଷ୍ଟା ଅବସରପ୍ରାପ୍ତ ଉପଜିଲ୍ଲାପାଳ ଡି ଜଗନ୍ନାଥ ମଞ୍ଚାସିନ ଥିଲେ । ଏହି ବାର୍ଷିକ ଉତ୍ସବ ରେ ଗୀତା ମନ୍ଦିର ପରିସରରେ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆଚାର୍ଯ୍ୟ ଭାବେ ଅନୁଷ୍ଠାନ ର ସମ୍ପାଦକ ଗୁରୁ ଦିପ୍ତିରଞ୍ଜନ ମହାପାତ୍ର ବେଦପାଠ କରିଥିବା ବେଳେ କର୍ତ୍ତା ଭାବେ ବିଶ୍ଵନାଥ ସାହୁ ଓ ପତ୍ନୀ ସଙ୍କୁନ୍ତଳା ସାହୁ କାର୍ଯ୍ୟ ନିର୍ବାହ କରିଥିଲେ।ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥଏବଂଆରଣ୍ୟକ,ଉପନିଷଦ ବେଦସଂହିତା,ବ୍ରାହ୍ମଣ ,ଆରଣ୍ୟକ,,ଉପବେଦରସମୂହକୁ ଋଷିମାନେ ଶୁଣିକରିମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଓ ବେଦ ପରମ୍ପରାକୁ ମାନୁଥୁବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ ଉପରେ ଅତିଥି ଓ ବକ୍ତାମାନେ ବୁଝାଇଥିଲେ । ଆଧ୍ୟାତ୍ମିକତା, ନୈତିକତା, ଚେତନା ମୂଳକ ବିଷୟରେ ଅଭିଭାଷଣ ଦେଇଥିଲେ । ଶେଷରେ ବିଦ୍ୟାଳୟ ତରଫରୁ ଆସନ୍ତା ମାସରେ ସମୁହ ବ୍ରତୋପନୟନ କରାଯିବ ବୋଲିି ଅନୁଷ୍ଠାନ ପକ୍ଷରୁ ସୁଚନା ମିଳିଛି।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଈତିତୋଷ ପାଠୀ,ତପନ ପାଠୀ, ଅମ୍ବିକା ପାଠୀ,ପ୍ରଶାନ୍ତ ପାଠୀ,ମନୋଜ ପାଠୀ, ବଦ୍ରିନାଥ ସାବତ,ରାଜ ପାଠୀ, ଶିବପ୍ରସାଦ ପାଠୀଙ୍କ ସମେତ ଵହୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.