ନୂଆ ବାରେକ୍ସ ସାହି ରାସ୍ତାର ଦୂରବସ୍ଥା : କର୍ତ୍ତୃପକ୍ଷ ନୀରବ

ବ୍ରହ୍ମପୁର : ସ୍ଥାନୀୟ ନୂଆ ବ।ରେକ୍ସ ସାହି ଜ୍ୟୋତି ରେଶିଡେଣ୍ଟ ଠାରୁ ଗାନ୍ଧି ପ୍ରତିମୂର୍ତ୍ତି ପଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ପରିସ୍ଥିତିରେ ଥିବାବେଳେ ମୁଖ୍ୟ ନାଳ ଦୀର୍ଘବର୍ଷ ଧରି ମଇଳା ସଫା ହେଉ ନଥିବା ଏବଂ ଉକ୍ତ ରାସ୍ତା ଖାଲ ଖ।ମମ ହୋଇ ରହିଥିବାରୁ ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ ସାହି ବାସିନ୍ଦାମାନେ  ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲିଖିତ ହେଉଛି । ଉକ୍ତ ସାହିରେ ପୁର୍ବତନ  ବାଚସ୍ୱତି ସ୍ୱର୍ଗତ ସୂର୍ଯୟନାରାୟଣ ପାତ୍ର, ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବହୁ ବରିଷ୍ଟ ନାଗରିକଙ୍କ ବାସଭବନ ଥିବା ସତ୍ତ୍ବେ ବ୍ରହ୍ମପୁର ମହାନଗର ନିଗମର ଏହି ରାସ୍ତାପ୍ରତି ନଜର ପଡୁନଥିବାରୁ
ଆଜି (ସୋମବାର) ସକାଳ ୧୦.୩୦ ରୁ ୧୧.୩୦ ମିନଟ ପଯ୍ୟନ୍ତ ବରିଷ୍ଟ ଓକିଲ ମନୋଜ ପଟନାୟକ ଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଉପବାଚସ୍ଵତି ସ୍ଵର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବାସଭବନ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଏହି ଧାରଣା ପ୍ରତିବାଦରେ ସାହି ବାସିନ୍ଦା ପ୍ରଶାନ୍ତ ଦାସ, କିଶୋର ଚନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ଦାସ, ରବିଶଙ୍କର ପାତ୍ରଙ୍କ ସମେତ ଓକିଲ ନଦିଆ ଚାନ୍ଦ,  ଚନ୍ଦ୍ରଗୁପ୍ତ ପଟନାୟକ, ସନ୍ତୋଷ ରାଉଳ, ସୋମେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ଏକ ସପ୍ତାହ ଭିତରେ ଯଦି ଏହି ରାସ୍ତାର ତୁରନ୍ତ ମରାମତି କରାନଯାଏ ତାହାହେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବବୋଲି ସାହି ବାସିନ୍ଦାମାନେ ଜଣାଇଛନ୍ତି।

nis-ad
Leave A Reply

Your email address will not be published.