ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ଜୟନ୍ତୀ ପାଳିତ

ବିକଶିତ ରାଷ୍ଟ୍ର ଗଠନ ସକାଶେ ସିକରିରେ ଗଡିଲା ବିକାଶ ରଥ
ହିଞ୍ଜିଳିକାଟୁ, ୨୫ା୧୨ : ପୂର୍ବତନ ପ୍ରଧାନମନ୍ତ୍ରୀ, ବିକାଶ ପୁରୁଷ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ସୋମବାର ହିଞ୍ଜିଳିକାଟୁ ବ୍ଳକ ସିକିରି ପଞ୍ଚାୟତରେ ବରିଷ୍ଠ କର୍ମକର୍ତ୍ତା ରଜନୀ ପାଢିଙ୍କ ସଂଯୋଜନାରେ ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା । ବିକଶିତ ରାଷ୍ଟ୍ର ଗଠନ ସକାଶେ ବିଜେପି ପକ୍ଷରୁ ସଂପୃକ୍ତ ପଞ୍ଚାୟତରେ ବିକାଶ ରଥ ଗଡିଛି । ସହସ୍ରାଧିକ ମହିଳା ଓ ପୁରୁଷ ବିଜେପି କର୍ମୀ ଏବଂ ଅଟଳ ପ୍ରେମୀ ରାଲିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସର୍ମ୍ପକରେ ଲୋକଙ୍କୁ ଅବଗତ କରାଇଥିଲେ । ପରେ ସିକରି ଗୋପିନାଥ ମନ୍ଦିର ପରିସରରେ ଏକ ବୈଠକରେ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସ୍ୱଚ୍ଛ ଭାରତ ଅଭିଯାନ ରାଜ୍ୟ ପ୍ରମୁଖ ମହେଶ ମହାନ୍ତି, ସମ୍ମାନିତ ଅତିଥି ଭାବେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଗୋପାଳକୃଷ୍ଣ ଗୌଡ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଆର. ଗିତାଞ୍ଜଳି, ମିରାବାଇ ଦେଓ, ସମ୍ପାଦିକା ସବିତା ନାୟକ, ଯୁବମୋର୍ଚ୍ଚା ସଭାପତି ଦିପକ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଜୟଦେବ ଜେନା, ପଞ୍ଚାନନ ଡାକୁଆ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଅତିଥି ବୃନ୍ଦ ଅଟଳଜୀଙ୍କ ଜୀବନ କାହାଣୀ ସର୍ମ୍ପକରେ ମତବ୍ୟକ୍ତ କରିଥିଲେ । ବାଜପେୟୀଙ୍କ ମୂଳମନ୍ତ୍ର ଥିଲା ସମସ୍ତେ ଶିକ୍ଷିତ ହେବା, ଏଣୁ ଭାରତ ବର୍ଷରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ସେହିପରି ଚିକିତ୍ସା ସେବା ପ୍ରଦାନ ଲକ୍ଷ୍ୟ ନେଇ ପତ୍ୟେକ ପ୍ରଦେଶରେ ଏମ୍ସ ପ୍ରତିଷ୍ଠା, ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ସଡକ ଯୋଜନା, ରେଳପଥର ବିକାଶ, ମହିଳା ମିଶନ ଶକ୍ତି ଭଳି ବହୁ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଭାରତ ଏକ ସ୍ୱାଭିମାନ ଓ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଗଣିତ କରିବାରେ ସମର୍ଥ ହୋଇଥିଲେ । ଦେଶର ଏକତା ଓ ଅଖଣ୍ଡତା ବଜୟ ରଖିବା ପାଇଁ ତାଙ୍କର ନାରା ଥିଲା ଜୟ ଯବାନ, ଜୟ କିଶାନ ଓ ଜୟ ବିଜ୍ଞାନ । ସେ ଏକାଧାରାରେ ରାଷ୍ଟୟୀୟତା, ରାଜନେତା, କବି, ଅପରାଜୟ ବକ୍ତା, ଜନନାୟକ ଓ ରାଜନୀତିର ପିତାମହ ଭୀଷ୍ମ ଭାବେ ବେଶ ଜଣାଶୁଣା ଥିଲେ । ସଙ୍କୁଚିତ ଭାବନାର ଉର୍ଦ୍ଧରେ ରହି ଭାରତବର୍ଷର ମହାନ ରାଷ୍ଟ୍ରବାଦି ତ୍ୟାଗି ନେତା ତଥା ମହାପୁରୁଷ ଭାବେ ସମସ୍ତଙ୍କ ହୃଦୟରେ ସର୍ବ ବିଦ୍ୟମାନ ଥିଲେ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମିଟୁ ମଳିକ, ଆର. ସୁଦାମ, ବନମାଳି ସାସମଲ, ସନ୍ତୋଷ ପ୍ରଧାନ, ଗୌରୀଶଙ୍କର ଗୌଡ, ସୁଜିତ ବିଷୋୟୀ, ସନ୍ତୋଷ ପ୍ରଧାନଙ୍କ ସମେତ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବହୁ ମଣ୍ଡଳ ସଭାପତି, ଜୋନ ସଭାପତି, ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ସହସ୍ରାଧିକ ମହିଳା ଓ ପୁରୁଷ ବିଜେପି କର୍ମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.