ମାଲକାନଗିରି, ୨୫।୧୨ : ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ଆଜି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ସିଆଡିମାଳ ଠାରେ ଜିଲ୍ଲାର ଦିଶାରି ପୂଜାରୀ ଓ ବାଡେ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀ ଯୋଗ ଦେଇଥିଲେ । ବୈଠକରେ ଉପସ୍ଥିତ ହଜାର ହଜାର ଜନଜାତି ପୂଜାରୀ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉକ୍ତ ସଭାରେ ଶ୍ରୀ ରାବା ଉପସ୍ଥାପନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପୂଜକ ଓ ଦିଶାରି ମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ କରାଯାଉଥିବା ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ପାଇବା ସହ ଆଗାମୀ ଦିନରେ କିପରି ଭାବେ ସେମାନଙ୍କ ପାରମ୍ପରିକ ପୂଜା, ରୀତିନୀତି ଓ କଳାର ବିକାଶ ହୋଇ ପାରିବ ସେନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରଯାଇଥିଲା । ଜିଲ୍ଲାରେ ଅନେକ ଜନଜାତିଙ୍କ ନିମନ୍ତେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଅନେକ କିଛି ପଦକ୍ଷେପ ନିଆଯାଇଥିବା ସହ ବିଭ୍ହିନ୍ନ ସ୍ଥାନରେ ହୁଣ୍ଡି ମନ୍ଦିର ପ୍ରତିଷ୍ଠା,ପୂଜକଙ୍କ ପାଇଁ ବିଭିନ୍ନ ବ୍ୟବସ୍ତା ଆଦି ପାଇଁ ସମସ୍ତେ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ବରିଷ୍ଟ ପୂଜକ ଓ ଦିଶାରି ମାନେ ଉପସ୍ଥିତ ରହି ନିଜର ମତ ରଖିଥିଲେ l
Sign in
Sign in
Recover your password.
A password will be e-mailed to you.