ମାଓ ଦମନ ସର୍ଚ୍ଚ ଅପରେସନ ବେଳେ ବିପୁଳ ସାମଗ୍ରୀ ଜବତ କଲା ମାଲକାନଗିରି ପୋଲିସ…

ମାଲକାନଗିରି, ୨୫।୧୨: ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ମାଓ ସଙ୍ଗଠନ ପୁନର୍ବାର ସକ୍ରିୟ ହେଉଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇ ଶ୍ରୀ ୱାଧୱାନିଙ୍କ ନିର୍ଦେଶ କ୍ରମେ ଡିଏଭିଏଫ ଓ ଏସଓଜି ଯବାନଙ୍କ ପକ୍ଷରୁ ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଆନ୍ଧ୍ର ସୀମାରେ ଥିବା କୁର୍ମାନୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ସର୍ଚ ଅପରେସନ କରାଯାଉଥିଲା । ତେବେ ଏହି ସର୍ଚ ଅପରେସନ ବେଳେ ମାଟି ତଳେ ମାଓବାଦି ମାନେ ଲୁଚାଇ ରଖିଥିବା ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀକୁ ଯବାନ ମାନେ ଖୋଜି ଜବତ କରିଥିଲେ । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ବନ୍ଧୁକ, ୧୬ଟି ଟିଫିନ ବୋମା ୩୯ଟି ଜିଲେଟିନ ଷ୍ଟିକ, କଡେକ୍ସ ତାର, ୫ଟି ଗ୍ରେନେଡ ବୋମା ଓ ବିପୁଳ ପରିମାଣର ଅନ୍ୟ ଅସ୍ତ୍ର ଶସ୍ତ୍ର ସହ ମାଓ ପୋଷାକ ଓ ନିତ୍ୟ ବ୍ୟବହୃତ ସାମଗ୍ରୀ ରହିଛି । ଜବତ ସାମଗ୍ରୀ ଗୁଡିକ ଆନ୍ଧ୍ର ଓଡିଶା ବୋଡର ଜୋନାଲ ମାଓ କମିଟିର ହୋଇଥିବା ଅନୁମାନ କରାଯାଉଛି । ତେବେ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ସର୍ଚ ଅପରେସନ ଜାରି ରହିଥିବା ନେଇ ଶ୍ରୀ ୱାଧୱାନି ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.