୧୦ ବର୍ଷୀୟା ନାବାଳିକାକୁ ସମ୍ପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ

ଦେବଗଡ,୨୨ା୧୨:ବାରକୋଟ ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମରେ ଜଣେ ୧୦ ବର୍ଷୀୟା ନାବାଳିକାକୁ ଜଣେ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ବାରକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ଦୁଷ୍କର୍ମ ସମେତ ପକ୍ସୋ ଆକ୍ଟର ବିଭିନ୍ନ ଧାରାରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଦୁଷ୍କର୍ମ ପୀଡିତା ନାବାଳିକାକୁ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତୀ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦ୍ୱିତୀୟ ଶ୍ରେଣୀରେ ପାଠପଢୁଥିବା ସମ୍ପୃକ୍ତ ନାବାଳିକାଙ୍କୁ ଉକ୍ତ ଗ୍ରାମରେ ଏକ ଦୋକାନ ଖୋଲିଥିବା ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ହାଡି ନାୟକ ନିକଟସ୍ଥ କେନ୍ଦୁପତ୍ର ଫଡିକୁ ଡାକିନେଇ ଦୁଷ୍କର୍ମ କରିଥିଲା । ଏଥିସହ ଏକଥା କାହାରିକୁ ନଜଣାଇବା ପାଇଁ ଚେତାବନୀ ଦେବାସହ ଜଣାଇଲେ ହତ୍ୟା କରିବ ବୋଲି ଧମକ ଦେଇଥିଲା । ପୀଡିତା ନାବାଳୀକା ଜଣକ ଘରକୁ ଫେରି ମା’କୁ ଏକଥା ଜଣାଇଥିଲେ ହେଁ ତାଙ୍କ ବାପା କାମ କରିବାକୁ ବାହାରକୁ ଯାଇଥିବାରୁ ଏନେଇ ଅଭିଯୋଗ କରିନଥିଲେ । ସୂଚନା ପାଇ ଗତକାଲି ଘରେ ପହଂଚିବା ପରେ ତାଙ୍କ ସହିତ ଆଲୋଚନା କରି ଗତକାଲି ରାତ୍ରୀରେ ପୀଡିତାଙ୍କ ମା’ ବାରକୋଟ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.