ଅବ୍ୟବସ୍ଥା ଘେରରେ ଚିତ୍ରକୋଣ୍ଡା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ଖାଦ୍ୟ ଓ ଖେଳସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ…

ମାଲକାନଗିରି : ରାଜ୍ୟ ସରକାର ଆଦିବାସୀ ତଥା ଗରିବଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ତଥା ପାରିଦର୍ଶିତା ଆଣିବା ପାଇଁ 5T ଅଧୀନକୁ ନେବାସହ ଶିକ୍ଷାର ମାନଦଣ୍ଡରେ ଉନ୍ନତି ବହୁପଦକ୍ଷେପ ନେଉଥିବା ବେଳେ ସେଥିମଧ୍ୟରେ ଜିଲ୍ଲାର କିଛି ସ୍କୁଲରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଏହି ଭଳି ଅଭିଯୋଗ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସଏସଡି) ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅତରିକ୍ତ ଜିଲ୍ଲାପାଳଙ୍କୁ ଗତ ତା୧୨/୧୨/୨୩ରିଖରେ ସାକ୍ଷାତ କରି ଅଭିଯୋଗ କରିଛନ୍ତି l ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ କୁମାରୀ ମୋହିନୀ ପାଙ୍ଗି(ଦଶମ ଶ୍ରେଣୀ), କୁମାରୀ ପ୍ରତିମା ପାଙ୍ଗି(ନବମ ଶ୍ରେଣୀ), ଏବଂ ଅନ୍ୟ ପାଞ୍ଚ ଜଣ ଛାତ୍ରୀ ମିଶି ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ ଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ l ଅଭିଯୋଗ ମଧ୍ୟରେ ପ୍ରଧାନ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ ଦାଇତ୍ୱ ନେବାଠାରୁ ନିଜେ ହଷ୍ଟେଲ ପରିଚାଳନା କରିବା ସହ ଛାତ୍ରୀଙ୍କୁ ସରକାରୀ ନିୟମ ବା ରୁଟିନ ଅନୁଯାୟୀ ଖାଦ୍ୟନଦେଇ ଅତି ନିମ୍ନମାନର ଖାଦ୍ୟ ଛାତ୍ରୀମାନଙ୍କୁ ଦେଉଥିବା ଅନ୍ତେନିବାସି ଅଭିଯୋଗ କରିଛନ୍ତି l ଯେଉଁଥିରେ ମାସକୁ ୬ଥର ମାଛ/ଚିକେନ ଦେବା ବ୍ୟବସ୍ଥା ଥିବା ବେଳେ ମାସକୁ କେବଳ ୪ଥର ମିଳୁଛି, ତାହା ପୁଣି ଥରକୁ ଦୁଇ ଖଣ୍ଡ ଚିକେନ, ମାସକୁ ୧୦ଥର ଅଣ୍ଡା ଦେବା ବ୍ୟବସ୍ଥା ଥିବା ବେଳେ ତାହା ମଧ୍ୟ ୪ଥର ମିଳୁଛି, ଟିଫିନ ନିମନ୍ତେ ୬ଖଣ୍ଡ ଥିବା ବିସ୍କୁଟ ମିଳୁଛି,ଯାହାର ମୂଲ୍ୟ ପ୍ରାୟ ୩ଟଙ୍କା ହେବ, ଖାଇବା ସମୟରେ ଆଚାର, ପାମ୍ପଡ ଅନ୍ତେବାସୀଙ୍କୁ ପାଇଁ ସ୍ୱପ୍ନ l ନିତିଦିନିଆ ଖାଦ୍ୟ ବାବଦରେ ଦିଆଯାଉଥିବା ଭାତ ପ୍ରାୟ ସବୁଦିନ ନିଅଣ୍ଟ ହେବା ସହ ପାଣିଆ ଡାଲି ମିଳୁଥିବା ସହ ପନିପରିବା ଅତି କମ ପରିମାଣର ମଧ୍ୟ ଆସୁଥିବା ଅଭିଯୋଗ କରିଛନ୍ତି l ଦୀର୍ଘ ମାସ ଧରି ପାଣି ସମସ୍ୟା,ହଷ୍ଟେଲର ଅନେକ ରୁମରେ ବଲବ ଖରାପ ହୋଇରହିଥିବା,ଫ୍ୟାନ ଗୁଡିକୁ କରିବା ଜଣାଇବା ସୁଦ୍ଧା କୌଣସି କର୍ଣପାତ କରୁନଥିବା ଅନ୍ତେବାସୀ ପ୍ରକାଶ କରିଛନ୍ତି l କରୋନା ସମୟରେ ଅନ୍ତେବାସୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ଯୋଗାଇଦିଆଯାଇଥିବା ଷ୍ଟାଇପେଣ୍ଡ ଏବଂ ଏମଡିଏମ ଅର୍ଥ ଅନେକ ଛାତ୍ରୀ ପାଇନଥିବା ପ୍ରକାଶ କରିଛନ୍ତି l
ଏହି ବିଦ୍ୟାଳୟରେ କୋଣ୍ଡାରେଡି ଛାତ୍ରୀଙ୍କୁ ମିଶାଇ ପ୍ରାୟ ୫୫୦ଜଣ ଅନ୍ତେବାସୀ ରହିଥିବା ସ୍ଥଳେ ଏଠାରେ ନିୟୋଜିତ ଥିବା ଖେଳ ଶିକ୍ଷକ ତିନି ବର୍ଷରୁ ଉର୍ଦ୍ଧ ସମୟ ହେବ ପାଙ୍ଗମ୍ ବିଦ୍ୟାଳୟକୁ ଡେପୁଟିସେନରେ ଯାଇଥିବାରୁ ଏଠାକାର ଛାତ୍ରୀମାନେ କ୍ରୀଡା ପ୍ରତିଭାରୁ ବଞ୍ଚିତ ହେଉଛନ୍ତି । ଏଭଳି କି ହକି ଖେଳିବାପାଇଁ ବୁଟ ମାଗିଲେ ଦିଆ ଯାଉନଥିବା କିଛି ଛାତ୍ରୀ ପ୍ରକାଶ କରିଛନ୍ତି । ଯାହାକି ଛାତ୍ରୀ ମାନଙ୍କ ଭିତରେ ଥିବା କ୍ରୀଡା ପ୍ରତିଭାକୁ ଚାପି ଦେବା ସହିତ ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ କରାଯାଉଥିବା ପ୍ରତିତ ହେଉଅଛି l ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ନିଯୁକ୍ତି ହେବା ପରଠାରୁ ଶିକ୍ଷା ଦାନ ନକରି ବିଭିନ୍ନ ସରକାରୀ କାର୍ଯ୍ୟ ବାହାନାରେ ସମୟ ଅତିବାହିତ କରୁଛନ୍ତି । ଯାହାର ପ୍ରମାଣ ସ୍ୱରୂପ ବିଗତ ଦୁଇବର୍ଷ ହେବ ବିଦ୍ୟାଳୟ ର ଟାଇମଟେବୁଲ, ଲେସନନୋଟ,ମାର୍କ ରେଜିଷ୍ଟ୍ରେର ଇତ୍ୟାଦି ବିଦ୍ୟାଳୟ ରେ ନଥିବା ଅନୁସନ୍ଧାନ କଲେ ଜଣାପଡିବ । ପ୍ରକାଶ ଥାଉକି ଏହି ବିଦ୍ୟାଳୟର ସମସ୍ୟା ସମ୍ବଧରେ ଚଳିତ ବର୍ଷ ଫେବୃଆରୀ ୨୦୨୩ରେ ବିଭିନ୍ନ ଗଣମାଧ୍ୟମରେ ଶ୍ରୀ ତ୍ରିପାଠୀଙ୍କ ବିରୋଧରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ପା ଯୋଗୁଁ ପୁର୍ନରବାର ତାହା ଘଟୁଛି l ତେବେ ଜିଲ୍ଲାପ୍ରଶାସନ ଯଦି ବିଦ୍ୟାଳୟ ପରିଚାଳନା ପ୍ରତି ସଠିକ ଦୃଷ୍ଟି ଦିଅନ୍ତେ ତେବେ ଏହା ବାରମ୍ବାର ଘଟି ନଥାନ୍ତା ବୋଲି ଅଭିଭାବକ ମହଲରେ ଆଲୋଚନା ହେଉଅଛି l ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ନେଇ ଏହାର ତୁରନ୍ତ ସମାଧାନ ନହୁଏ ଆଗକୁ ଛାତ୍ରୀ ସମେତ ଅଭିଭାବକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ଶୁଣିବାକୁ ମିଳୁଛି ।

nis-ad
Leave A Reply

Your email address will not be published.