ଗଞ୍ଜାମ ଜିଲ୍ଲାରେ କୋଳି ଖାଇ ମଞ୍ଜି ପୋତିଛନ୍ତି କି ପୋଲିସ ବାବୁ ମାନେ…!

ଏହା ସାଧାରଣ ଜନତାଙ୍କ ପ୍ରଶ୍ନ…?


ବ୍ରହ୍ମପୁର:୨୨ -୧୨ ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା କୁ ନେଇ ଦୁଇଟି ପୋଲିସ ଜିଲ୍ଲା ରହିଛି। ଗତ କିଛି ମାସ ପୂର୍ବରୁ ଜିଲ୍ଲାରେ ବହୁ ବର୍ଷ ରହିଥିବା ଥାନା ଅଧିକାରୀଙ୍କୁ ଜିଲ୍ଲା ବାହାରକୁ ବଦଳି ହୋଇଥିଲା। ଦୁର୍ଭାଗ୍ୟ ର ବିଷୟ ଚୌକିର ମୋହ ଓ ମଦ-ବାଲି ରୁ ଗଞ୍ଜାମ ଜିଲ୍ଲାର ରେ ଭଲ ଆଦାୟ ଯୋଗୁଁ ବିଭିନ୍ନ ଆଳ ଦେଖାଇ କେତେକ ପୋଲିସ ବାବୁ ମାନେ କୋଳି ଖାଇ ମଞ୍ଜି ପୋତିଛନ୍ତି ବୋଲି ଚର୍ଚ୍ଚା ହେଲାଣି। ଗଞ୍ଜାମ ଜିଲ୍ଲାରେ ଭଲ ଆଦାୟ ଯୋଗୁଁ ଏଠାରୁ ପଦୋନ୍ନତି ପାଇ ଯାଇଥିବା ବାବୁ ମାନେ ଏଠାକୁ ପୁଣି ଆସିବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଲାଣି। ଜିଲ୍ଲାରେ ଥିବା ସମୟ ରେ ସମ୍ପୂର୍ଣ୍ଣ ସହଯୋଗ ପାଇଥିବା ବାଲି-ମଦ ମାଫିଆ ମାନେ ଶାସକ ଦଳର ମନ୍ତୀ ବିଧାୟକ ମାନଙ୍କୁ ଧରି ବଦଳି କରି ପୁଣି ଜିଲ୍ଲା କୁ ଆଣିବାକୁ ଉଦ୍ୟମ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ମଦ-ବାଲି ରେ ଭଲ ଆଦାୟ ଯୋଗୁଁ କେତେକ ପୋଲିସ ବାବୁ ଜିଲ୍ଲା ବାହାରକୁ ଯିବାକୁ ଅମଙ୍ଗ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏପଟେ ନେତା ମାନେ ମଧ୍ୟ ପୋଲିସ ବାବୁଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରି ପୁଣି ଜିଲ୍ଲା କୁ ଆଣିଲେ ତାଙ୍କପ୍ରତି ବାବୁଙ୍କ ଆଶିର୍ବାଦ ରହିବ ସେମାନଙ୍କ କାର୍ଯ୍ୟ ହାସଲ ହେବ ବୋଲି ଚର୍ଚ୍ଚା ହେଉଛି। ସୂଚନା ଥାଉକି ଓଡିଶା ପୋଲିସ ଏକ ନିୟମ ଜାରି କରି ଜିଲ୍ଲା ରେ ୩ ବର୍ଷ ହୋଇଯାଇଥିବା ଅଫିସର ମାନଙ୍କୁ ଜିଲ୍ଲା ବାହାରକୁ ବଦଳି କରିବା ନିଷ୍ପତି ସ୍ୱାଗତ ଯୋଗ୍ୟ କିନ୍ତୁ ଏଠାରେ ବଳି ପଡିଲେ କର୍ତ୍ତବ୍ୟ ନିଷ୍ଠା ଅଧିକାରୀ ମାନେ ଯେଉଁମାନେ ବଦଳି ତାଲିକା ରେ ଆସି ରିଲିଫ ମଧ୍ୟ ହୋଇଗଲେଣି, କିନ୍ତୁ ଅନେକ ବାବୁ ମାନେ ଜିଲ୍ଲା ରେ ବର୍ଷ ବର୍ଷ ଧରି ରାଜୁତି ଚଲାଇ ଆସୁଛନ୍ତି କାରଣ ଏହି ବାବୁ ମାନେ ନେଇ ଆଣି ଥୋଇ ଜାଣିଛନ୍ତି ବୋଲି ବୁଦ୍ଧିଜୀବୀ ମାହୋଲ ରେ ଚର୍ଚ୍ଚା ହେଉଛି l ଏହିମାନେ କୁଆଡେ ପ୍ରଶାସନ ର ଗେଲ୍ହା ପୁଅ..! ଏହିମାନଙ୍କ ଜରିଆରେ ପୁଳା ପୁଳା ଟଙ୍କା ଆଦାୟ ହୁଏ ଯାହାକି ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଖୁସ ତେଣୁ ଏମାନଙ୍କ ପାଇଁ ସବୁ ନୀତି ନିୟମ ଫୁ.. I ବର୍ଷ ବର୍ଷ ସମୟ ଜିଲ୍ଲା ଭିତରେ ହିଁ ଘୁରି ବୁଲି ଥାନ୍ତି ଏବଂ ନିଜକୁ କର୍ତ୍ତବ୍ୟ ନିଷ୍ଠା ଅଫିସର ବୋଲି ବଖାଣି ହେଉଥିବା ବି ଦେଖିବାକୁ ଓ ଶୁଣିବାକୁ ମିଳୁଛି l ଏହି ବାବୁ ମାନଙ୍କ ଚୌକି ମୋହ ପଛର କାହାଣୀ ଲୋକଙ୍କ ନଜର କୁ ଆଣିବା କୁ ହେଲେ ଭିଜିଲାନ୍ସ ତଦନ୍ତ ସହିତ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକ ରହିଛି ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ଗହଣ ରେ ଆଲୋଚନା ହେଉଛି

nis-ad
Leave A Reply

Your email address will not be published.