ସରକାରୀ-ଗୋଚର- ଦେବଦତ୍ତ-ଜମି ଏବେ ଜମି ମାଫିଆ ଙ୍କ କବ୍ଜା ରେ…!

ଜମି ମାଫିଆ ଙ୍କୁ ସମ୍ପୂର୍ଣ୍ଣ ସହଯୋଗ ରେ ଜିଲ୍ଲା ପ୍ରଶାସନ…!



ବ୍ରହ୍ମପୁର: ୨୨ -୧୨ ଆଜି କାଲି ସରକାରୀ କାର୍ଯ୍ୟାଳୟ ପାଇଁ ଆଉ କୌଣସି ଜମିରେ ଅଫିସ ଗୃହ ଖଣ୍ଡେ କରିବା ସକାଶେ ଜମି ନାହିଁ।ଦିନକୁ ଦିନ ଲୋକ ସଂଖ୍ୟା ବଢ଼ିବା ସାଙ୍ଗକୁ ସବୁ ଶ୍ରଣୀର ଲୋକଙ୍କୁ ଘର ଖଣ୍ଡେର ଆବଶ୍ୟକ ତା ରହିଛି। ଏହାର ସୁଯୋଗ ନେଇ ଜମି ମାଫିଆ ମାନେ ସରକାରୀ ଜମି-ଗୋଚର ଜମି-ଦେବଦତ୍ତ ଜମି ସବୁ ରାଜସ୍ୱ ବିଭାଗ ର ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରି ନିଜ ନାମରେ କରି ପ୍ଲଟିଙ୍ଗ କରିନେଉ ଥିବା ଚର୍ଚ୍ଚା ହେଉଛି। ଏବେ ବ୍ରହ୍ମପୁର, ଆସିକା, କୁକୁଡାଖଣ୍ଡି, କନିସି, ଛତ୍ରପୁର,ହିଞ୍ଜିଳି ଅଞ୍ଚଳ ରେ ଆଉ ସରକାରୀ ଜମିର ମରୁଡ଼ି ହୋଇଥିବା ଅଭିଯୋଗ ହେଉଛି। ଜମି ମାଫିଆ ମାନଙ୍କୁ ରାଜନେତା ମଧ୍ୟ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ଏପଟେ ସରକାରୀ ଜମି ଚଞ୍ଚକତା ହେଉଥିବା ବେଳେ ଜମି ମାଫିଆ ମାନେ ଜଣେ ଜଣେ କୁବେର ପାଲଟି ଗଲେଣି ଜମି ହଡ଼ପ କରି।ଜମି ଜବର ଦଖଲ କୁ ନେଇ ଗଞ୍ଜାମ ରେ ପୂର୍ବରୁ ମୁଣ୍ଡ ଗଡ଼ିବାର ନଜିର ରହିଛି। କିଛି ତହସିଲଦାର ମାନେ ଏହି ଜମି ମାଫିଆଙ୍କ ଅର୍ଥ ରେ ପ୍ରୋଲଭନ ହୋଇ ସମସ୍ତ କାଗଜ ପତ୍ର ଓ ସେମାନଙ୍କ ନାମରେ ବୋନ୍ଦବସ୍ତ ବା ପଟ୍ଟା କରିବାକୁ ପଛାଉ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜସ୍ବ ବିଭାଗ ର ବାବୁ ମାନଙ୍କୁ ସ୍ୱଳ୍ପ ଅର୍ଥ ଦେଇ ଶାଗ ମାଛ ଦରରେ ସରକାରୀ ଜମି ହଡ଼ପ କରି ଗୋଟିଏ ଗୋଟିଏ ପ୍ଲଟ କୁ ଲକ୍ଷ ଲକ୍ଷ ଟଙ୍କା ରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏହି ବେଆଇନ ପ୍ଲଟ ବ୍ୟବସାୟ ରେ ରାଜସ୍ବ ବିଭାଗ ଯେତିକି ଦାୟୀ ସେତିକି ସବରେଜିଷ୍ଟର ମାନେ ମଧ୍ୟ ଦାୟୀ କହିଲେ କିଛି ଭୁଲ ହେବ ନାହିଁ ସ୍ୱଳ୍ପ ଟଙ୍କା ରେ ରେଜିଷ୍ଟେସନ କରାଯିବ ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ କ୍ଷତି ହେଉଥିବା ନେଇ ଚର୍ଚ୍ଚା ହେଉଛି। ଜମି ମାଫିଆ ମାନେ ଏବେ ଶାସକ ଦଳର ଛତ୍ରଛାୟା ତଳେ ରହି କୋଟି କୋଟି ଟଙ୍କାର ମାଲିକ ହୋଇ କିଛି ଗୋଦି ମିଡ଼ିଆ କୁ ଅସ୍ତ୍ର କରି ସଭା ସମିତି ରେ ଶକ୍ତି ପ୍ରଦର୍ଶନ କରି ଟିକେଟ ହାତେଇବାକୁ ପ୍ରୟାସ କରୁଥିବା ପାଣ୍ଡିଆନ ଙ୍କ ଗଞ୍ଜାମ ଗସ୍ତ ସମୟ ରେ ଦେଖିବାକୁ ମିଳିଛି। ସୂଚନା ଥାଉକି କେବଳ କାଗଜ କଲମ ରେ ହିଁ ସୀମିତ ସରକାରୀ ଜମି କିନ୍ତୁ ପ୍ରାୟ ସମସ୍ତ ସରକାରୀ ଓ ଦେବଦତ୍ତ ଜମି ଏବେ ଜମି ମାଫିଆଙ୍କ କବଳରେ ଏହାକୁ ଦୃଷ୍ଟିରେ ରଖି ସୂଚନା ଆଇନ ଆଧାରରେ ଯେତେବେଳେ ତଥ୍ୟ ମଗା ଯାଏ ତେବେ ସ୍ଥାନୀୟ ତହସିଲଦାର ଅତି ସ୍ପଷ୍ଟ ରେ ସୂଚନା ଦିୟନ୍ତି କିନ୍ତୁ ଦେଖିବାକୁ ଗଲେ ସମସ୍ତ ଜାଗାରେ କୋଠା ଛିଡା ହୋଇଥିବା ଦେଖିବାକୁ ମିଳୁଛି, ଏହି ସଂକ୍ରାନ୍ତ ରେ ପ୍ରଶାସନ ଅଧିକାରୀ ଙ୍କୁ ପ୍ରଶ୍ନ କଲେ ଅଧିକାରୀ ନୀରବତା ଅବଲମ୍ବନ କରିବା ଦେଖିବାକୁ ମିଳେ ଅଭିଯୋଗ କଲେ ଦେଖିବାକୁ ମିଳୁଛି ନାଲି ଆଖି ଏପରିକି ସେହି ମାଫିଆ ମାନଙ୍କୁ କହି ମିଳୁଛି ଧମକ l ଯଦି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବେ ସରକାରୀ ଜାଗା ବଞ୍ଚିବା ସହିତ ଏହି କେଳାଙ୍କାରୀ ବାବୁ ମାନଙ୍କ ଅସଲି ମୁଖା ଖୋଲିଯିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ସରକାରୀ ନିୟମ କୁ ମଧ୍ୟ ଫୁ କରୁଛନ୍ତି ସ୍ଥାନୀୟ ବି ଡି ଓ ଏବଂ ତହସିଲଦାର ପ୍ରଧାନମନ୍ତ୍ରୀ ଆବାସ ସମ୍ପୂର୍ଣ ଜିଲ୍ଲାରେ ବାଟ ମାରଣା ଏଠାରେ ତେଲିଆ ମୁଣ୍ଡରେ ତେଲ ନିଜ ନାମରେ ପଟା ନଥାଇ ବି ସରକାରୀ ଓ ଗୋଚର ଓ ପତିତ ଗ୍ରାମ କଣ୍ଟକ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଗଢି ଉଠିଥିବା ଦେଖିବାକୁ ମିଳିଛି ଅଭିଯୋଗ କଲେ ପ୍ରଶାସନ ଚୁପ ଏଠାରେ ଗରିବ ବ୍ୟକ୍ତି ଘର ଟିଏ ପାଇ ପାରୁନାହିଁ କିନ୍ତୁ ଧନୀ ବ୍ୟକ୍ତି ମାନଙ୍କ ପାଖରେ ମାଳ ମାଳ ସରକାରୀ ଯୋଜନା, ଯଦି ସରକାର ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ତଦନ୍ତ କରନ୍ତି ଅନେକ ତଥ୍ୟ ପଦାକୁ ଆସିପାରିବ l କହିବାକୁ ଗଲେ ଗଞ୍ଜାମ ଜିଲ୍ଲା ରେ ପ୍ରଶାସନ ଓ ମାଫିଆ ମାନଙ୍କ ରାଜ ଚାଲିଛି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି… I

nis-ad
Leave A Reply

Your email address will not be published.