ମାଲକାନଗିରି ଜିଲ୍ଲାରେ ନୂଆ-ଓଡିଶା କାର୍ଯ୍ୟକ୍ରମର ନିରୀକ୍ଷଣ…

ମାଲକାନଗିରି : ସରକାରଙ୍କ ନିର୍ଦ୍ଦେଶରେ ଚାଲିଥିବା ନୂଆ ଓଡିଶା କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଜୋରସୋରରେ ଚାଲୁ ରହିଛି l କ୍ରୀଡା, ସାଂସ୍କୃତିକ ଓ ସେବା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରକୁ ଆନନ୍ଦ ମୁଖର କରିପାରିଛି l ଏହି କାର୍ଯ୍ୟକ୍ରମ ଗୁଡିକର ନିରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିର୍ଦ୍ଦେଶରେ ସମସ୍ତ ଜିଲ୍ଲା ପାଇଁ ଉଚ୍ଚ ପଦାଧିକାରୀ ମାନେ ଆସୁଛନ୍ତି l ମାଲକାନଗିରି ଜିଲ୍ଲା ନିମିତ୍ତ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ରଞ୍ଜନ କୁମାର ସ୍ବାଇଁ ଏହି ନିରୀକ୍ଷଣ କାର୍ଯ୍ୟର ସଂଯୋଜନା କରୁଛନ୍ତି l ଏଥି ନିମିତ୍ତ ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି ଓ ଭୁବନେଶ୍ୱରରୁ ସମସ୍ତ କାର୍ଯ୍ୟକ୍ରମର ଭିଡିଓ ସୁଟିଂ କରିବା ପାଇଁ ପ୍ରଦୀପ ମହାନ୍ତି ଆସିଛନ୍ତି l ମାଲକାନଗିରି ମହାବିଦ୍ୟାଳୟ ଓ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଭ୍ରମଣ କରି ଛାତ୍ରଛାତ୍ରୀଙ୍କ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷଣ କରି ବହୁତ ଖୁସି ହୋଇଥିଲେ l ଆଦର୍ଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ କୁମାର ପାତ୍ର ସେମାନଙ୍କୁ ସ୍ୱାଗତ ଜଣାଇ ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ଆଗକୁ ଜିଲ୍ଲାର ଅନ୍ୟାନ୍ୟ ମହାବିଦ୍ୟାଳୟ ଭ୍ରମଣର କାର୍ଯ୍ୟକ୍ରମ ରହିଛି l

nis-ad
Leave A Reply

Your email address will not be published.