ଓଷ୍ଟାର ଛତ୍ରପୁରର ବ୍ଳକସ୍ତରୀୟ ଶିଶୁ ମେଳା…

ଛତ୍ରପୁର : ଓଷ୍ଟାର ଛତ୍ରପୁର ବ୍ଳକ ସ୍ତରୀୟ ଶିଶୁ ମେଳା ଟାଙ୍ଗଣାପଲ୍ଲୀସ୍ଥିତ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବ୍ଳକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ର,ଛାତ୍ରୀ ମାନେ କବିତା ରଚନା, ଗଳ୍ପ ଲିଖନ,ଏକକ ନୃତ୍ୟ, ଚିତ୍ରାଙ୍କନ, ତର୍କ, କଣ୍ଠ ସଂଗୀତ,କବିତା ଆବୃତ୍ତି,କୁଇଜ, ସାଧାରଣ ଜ୍ଞାନ,ଏକକ ଅଭିନୟ ପ୍ରଭୃତି 10 ଟି ବଷୟରେ ପ୍ରତି

ଯୋଗିତାରେ ଅଂଶଗ୍ରହଣ କରିଥିଲେ ।ଅତିଥି ରୂପେ ଟାଙ୍ଗଣା ପଲ୍ଲୀ ସରପଞ୍ଚ ବି.ସୁଦାମ,ସମିତି ସଭ୍ୟା ମୀନା କୁମାରୀ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ, କୋରା ମହାରଣା ଏବଂ ମୁଖ୍ୟ ବକ୍ତା ରୂପେ ଓଷ୍ଟାର ପୂର୍ବତନ ଜିଲ୍ଲା ସଂପାଦକ ତଥା ରାଜ୍ୟ କୋଷାଧ୍ୟକ୍ଷ କାମରାଜୁ ମହାରଣା ମିଳିତ ଭାବେ ପ୍ରଦୀପ ପ୍ରଜ୍ଜୋଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଓଷ୍ଟାର ଶିଶୁ ମେଳାର ଆଭିମୁଖ୍ଯ ଓ ଇତିହାସ ଉପରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଭିକାରୀ ପଲ୍ଲୀ ହାଇସ୍କୁଲ ପ୍ରଧାନ ଶିକ୍ଷକ କୋରେଶ ଚନ୍ଦ୍ର ଶତପଥୀ,ବ୍ଳକ ସଂପାଦକ ଧିରେନ୍ଦ୍ର ନାଥ ସଭାପତି ଯୋଗଦେଇ ସହଯୋଗ କରିଥିଲେ ।ଜିଲ୍ଲା ଯୁଗ୍ମ ସଂପାଦକ ସୁଧୀର କୁମାର ସେଠୀ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବୃନ୍ଦ ସାଗରିକା ପାଢୀ,ଜି.ବିଜୟ ଲକ୍ଷ୍ମୀ, ରଶ୍ମିତା ପଟ୍ଟନାୟକ, ନିରୂପମା ମିଶ୍ର, ପ୍ରଭାସିନୀ ସାହୁ, ଶୁଭ୍ରଚଳା ବକ୍ସି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଦ୍ବିତୀୟାର୍ଦ୍ଧ ବୈଠକରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା ।

nis-ad
Leave A Reply

Your email address will not be published.