ବାଇକ ସ୍କୁଟି ମହାଁମୁହିଁ ଧକ୍କା ଫଳରେ ମହିଳା ଗୁରୁତର…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଚାଇନା ଟାଉନ ଛକ ଉପରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳା ଗୁରୁତର ଆହତ ହେଇଥିବା ଜଣାପଡିଛି | ସୂଚନା ଅନଯାୟୀ ବୀରମିତ୍ରପୁର ଥାନା ଅଧୀନସ୍ଥ ପାତାଳକାଣ୍ଡ ଅଞ୍ଚଳର ଅନିତା ହରୋ ୪୦ ବର୍ଷ କାମ ସାରି ନିଜ ଘରକୁ ସ୍କୁଟି ଓଡି ୧୪କେ ୭୪୧୧ ରୁ ଫେରୁଥିବା ବେଳେ ବିପରୀତ ପାର୍ଶ୍ବରୁ ଏକ ବାଇକ ଓଡି ୧୪ ଏକ୍ସ ୪୦୮୬ ଧକ୍କା ଦେଇଥିଲା | ଫଳରେ ଉଭୟ ଗାଡ଼ି ଚାଳକ ରାସ୍ତା ଉପରେ ଚିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ଅନିତାଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତର ହେଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ | ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକ ଓ ସ୍କୁଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି | ବାଇକ ଚାଳକ ହେଲେ ରାଏବଗା ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମର ଦିନେଶ ରଣା ୧୮ ବର୍ଷ ବୋଲି ଜଣାପଡିଛି |

nis-ad
Leave A Reply

Your email address will not be published.