ଆଇଙ୍କୁ ଧକ୍କା ମାରି ଶିଶୁଟିକୁ ନେଇଗଲେ ଦୁର୍ବୃତ୍ତ : ବ୍ୟବସାୟୀଙ୍କ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ..

କାରଣ ଅସ୍ପଷ୍ଟ: ଦେବଗଡରେ ଚାଞ୍ଚଲ୍ୟ ....



ଦେବଗଡ଼,୧୮ା୧୨: ଦେବଗଡ ସହରର ଜନଗହଳି ପୂର୍ଣ୍ଣ ମୁଖ୍ୟ ବଜାରରୁ ତଥା ଦେବଗଡ ଷ୍ଟେଟ ବ୍ୟାଙ୍କ ଛକ ନିକଟ ଆଦର୍ଶ ଥାନାରୁ ମାତ୍ର ୩୦୦ ମିଟର ଦୂରରୁ ଟ୍ୟୁସନରୁ ଫେରୁଥିବା ଘୋର ନିକଟରୁ ବ୍ୟବସାୟୀଙ୍କ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ କରାଯାଇଥିବା ଥାନା ରେ ଅଭିଯୋଗ ହୋଇଛି । ଏଭଳି ଅପହରଣ ଘଟଣା ଦେବଗଡ ଜିଲାରେ ପ୍ରଥମ ହୋଇଥିବାରୁ ଏନେଇ ସମଗ୍ର ଜିଲାରେ ଚର୍ଚା ହେଉଛି । ସୂଚନା ଅନୁଯାୟୀ ଦେବଗଡ ସହରର ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ଅଗ୍ରୱାଲାଙ୍କ ନାତୁଣି ତଥା ଆଲୋକ ଅଗ୍ରୱାଲା ୬ ବର୍ଷର ଝିଅ ଅନ୍ୟ ଦିନ ମାନଙ୍କ ଭଳି ରବିବାର ସଂଧ୍ୟା ୫ଟା ସମୟରେ ମଧ୍ୟ ପଡୋଶୀ ଘରକୁ ଟ୍ୟୁସନ ପଢିବାକୁ ଯାଇଥିଲେ । ସଂଧ୍ୟା ପ୍ରାୟ ୬ଟା ୩୦ ମିନିଟ ସମୟରେ ଆଇ ମଞ୍ଜୁ ଅଗ୍ରୱାଲା ସହିତ ନିଜ ଘରକୁ ଫେରୁଥିବା ବେଳେ ଘରଠାରୁ ମାତ୍ର ୩୦ ମିଟର ଦୂରରେ ଏକ କଳା ରଙ୍ଗର ପଲସର ବାଇକରେ ଆସିଥିବା ମୁଖା ପିନ୍ଧିଥିବା ୨ଜଣ ଦୁର୍ବୃତ ଆଇଙ୍କୁ ଧକ୍କା ମାରି ଶିଶୁଟିକୁ ଅପହରଣ କରିନେଇଥିଲେ । ସେମାନେ ସେଠାରୁ ଗଲାବେଲେ ଆଖି ପିଛୁଳାକକେ ଫେରାର ହୋଇଯାଇଥିଲେ । ଏନେଇ ପରିବାର ଲୋକେ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହ ବନ୍ଧୁ ପରିଜନ ଓ ପଡୋଶୀଙ୍କ ସହାୟତାରେ ଶିଶୁଟିକୁ ଖୋଜୁଥିବା ଜଣାପଡିଛି । ଅନ୍ୟପକ୍ଷରେ ଦେବଗଡ ଥାନା ଅଧିକାରୀ ସରୋଜ କୁମାର ସେରଠୀ ନିଜେ ଘଟଣା ପହଂଚି ପରିବାର ଲୋକ ଏବଂ ପଡୋଶ ମାନଙ୍କୁ ପଚରା ଉଚରା କରିବାସହ ବିଭିନ୍ନ ଦିଗକୁ ଶୁୃିଶୁଟିକୁ ଖୋଜୁଥିବା ଜଣାପଡିଛି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଘଟଣା ସ୍ଥଳରେ ପହଂଚି ତଦନ୍ତ ପ୍ରକ୍ରୀୟାକୁ ତ୍ୱରାନ୍ୱିତ କରିବାସହ ଥାନାରେ ପହଂଚି ଅଧିକ ତଦାରଖ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ଘଟଣା ସ୍ଥଳର ଆଖ ପାଖରେ ଥିବା ଘର , ବ୍ୟବସାୟିକ ପ୍ରତିଷ୍ଠାନ ଓ ବୟାଙ୍କ ଆଦିରେ ଲାଗିଥିବା ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଜାରୀ ରଖିଥିଲେ ହେଁ ଖବର ଲେକାଯିବା ପର୍ଯ୍ୟନ୍ତ ଅପହୃତା ଶିଶୁ କନ୍ୟା ସମ୍ପର୍କରେ ସାମାନ୍ୟତମ ସୁରାକ ହାସଲ କରିପାରିନଥିବା ଜଣାପଡିଛି । ଅନ୍ୟପକ୍ଷରେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ବିଭାଗୀୟ ଅଧିକାରୀଙ୍କ ସହିତ ଘଟଣା ସ୍ଥଳ ଏବଂ ଆଦର୍ଶ ଥାନାରେ ପହଂଚିଥିବା ଜଣାପଡିଛି । ଅପହୃତା ଶିଶୁ କନ୍ୟାର ପିତା ଆଲୋକଙ୍କ ମତ ଅନୁଯାୟୀ ତାଙ୍କର କିମ୍ବା ତାଙ୍କ ପରିବାର ସଦସ୍ୟ ସଦସ୍ୟାଙ୍କର କାହାରି ସହିତ ବ୍ୟବସାୟିକ କିମ୍ବା ବ୍ୟକ୍ତିଗତ ଶତୃତା ନଥିଲା । ଏଣୁ କେଉଁ କାରଣରୁ ଶିଶୁଟିକୁ ଅପହରଣ କରାଯାଇଛି ତାହା ସେ ଅନୁମାନ ମଧ୍ୟ କରିପାରୁନାହାନ୍ତି ବୋଲି ଆମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି । ତେବେ ଅର୍ଥ ପାଇଁ କେହି ଶିଶୁଟିକୁ କେହି ଅପହରଣ କରିଥାଇ ପାରେ ବୋଲି ପୋଲିସ ସନ୍ଦେହ କରିବାସହ ଏହି ଦିଗରୁ ମଧ୍ୟ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଏ ଘଟଣା ପ୍ରଘଟ ହେବା ପରେ ଘଟଣା ସ୍ତଳରେ ହଜାର ହଜାର ଲୋକଙ୍କର ଭିଡ ଜମିଥିବା ଜଣାପଡିଛି । ଅନ୍ୟପକ୍ଷରେ ସହର ଓ ଜିଲାବାସୀ ଘଟଣା ଟି କୁ ଜୋର୍ ସର ସୋସିଆଲ ମିଡିଆ ଫେସ ବୁକ whatapp ରେ ସେୟାର କରିବା ସହ ଜିଲା ର ବିଭିନ୍ନ ସ୍ଥାନ ରେ ଡ୍ରାଇଭର ସଂଘ ସମତେ ବିଭିନ୍ନ ସଙ୍ଘଟନ ଆଗକୁ ଆସି ଗାଡି ମଟର ଯାଞ୍ଚ କରୁଥିବା ଜଣାପଡ଼ିଛି,

nis-ad
Leave A Reply

Your email address will not be published.