ରାଇକିଆଠାରେ ମାଣ୍ଡିଆ ଅମଳ ପର୍ବ ପାଳିତ…

ଫୁଲବାଣୀ : ସ୍ବେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ମିଲେଟ ମିଶନ୍ ରାଇକିଆ ସହଯୋଗ ରେ ଚାଲିଥିବା କ୍ଷୁଦ୍ରଦାନା ଶସ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ମାଣ୍ଡିଆ ଅମଳ ପର୍ବ ବେରେଡାକିଆ ଗ୍ରାମପଂଚାୟତର କାଣ୍ଡାବାଡା ଗ୍ରାମ ଅନ୍ନପୂର୍ଣା ସୟଂସହାୟକ ଦଳ ଦ୍ବାରା ଆୟୋଜିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ମୂଖ୍ୟ କୃଷିଅଧିକାରି ତୁଷାରକାନ୍ତ ସାମଲ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମାଣ୍ଡିଆ ପ୍ରସ୍ତୁତ କେକ୍ କାଟି ଶଶ୍ୟକାଟ ଅମଳ କୁ ଉଦ୍‌ଘାଟନ କରିଥିଲେ ଏବଂ ଏହି ଦିବସ ପାଳନ ର ଆଭିମୂଖ୍ୟ ଚାଷ ର ଚାହିଦା କୁ ଆହୁରି ବ୍ୟାପକ କରିବା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ତତ୍ ସହିତ ଡି.ପି.ଡି ଆତ୍ମା ଅନିଲ କୁମାର ପ୍ରହରାଜ, ଏ.ଡି.ଓ ସୁବାଶଚନ୍ଦ୍ର ବେହେରା, ବ୍ଳକ୍ କୃଷି ଅଧିକାରି ଶଚିନ୍ଦ୍ର କୁମାର ସେଠୀ, ବ୍ଳକ କୃଷି ସଂପ୍ରସାରଣ ଅଧିକାରି ସିଦିପ୍ତା ପ୍ରଧାନ, ସମନ୍ବିତ ଶିଶୁବିକାଶ ଅଧିକାରି ମୌନାବତୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ମାଣ୍ଡିଆ ଶଶ୍ୟ ର ମହାନତା କୁ ଉପସ୍ଥାପନା କରିବା ସହ ଏହା କିପରି ଘରେ ଘରେ ଆଦୃତ ହୋଇପାରିବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ କହିଥିଲେ । ସ୍ଥାନୀୟ ସରଫଚ ଅଖୟ କୁମାର ପ୍ରଧାନ କୃଷି ଉତ୍ପାଦନ ଗୋଷ୍ଠିର ଭୂମିକାକୁ ଆହୁରି ସଂପ୍ରସାରଣ କରିବାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପରିଚାଳକ ହରି ଶଙ୍କର ରାଉତ ଉପସ୍ଥିତ ଥାଇ ମାଣ୍ଡିଆ ଚାଷ କରିଥିବା ଚାଷୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ରେ ଏହାର ଆଦୃତତା କେତେ ପରିମାଣ ରେ ବର୍ତମାନ ସମୟରେ ବଢିଛି ଏବଂ ମୁଲ୍ୟ ମଧ୍ୟ ବୃଦ୍ଧି ଘଟିଛି ବୋଲି କହିଥିଲେ । ମାଣ୍ଡିଆ ରେ ଥିବା ପୋଷକ ତତ୍ଵ ଛୋଟ ପିଲାଙ୍କ ଠାରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତ ଙ୍କୁ ସୁସ୍ଥ ରଖିବାରେ ସହାୟ ହୋଇଥାଏ ବୋଲି ଅନ୍ୟ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଜିର ଦିନରେ ଧାନ ଅପେକ୍ଷା ମାଣ୍ଡିଆର ସରକାରୀ ଧାର୍ଯ୍ୟ ବିକ୍ରୀ ମୂଲ୍ୟ ଯଥେଷ୍ଟ ଅଧିକ ଯଥା ୩୮.୪୬ ଟଙ୍କା ଅଛି ବୋଲି କୁହାଯାଇଥିଲା । ସୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା କରାଯାଉ ଥିବା ଚାଷକୁ ଅଧିକ ଗୁରୁତ୍ବ ଦେଲେ ମହିଳା ମାନେ ସଚେତନ ହେବା ସଙ୍ଗେ ସଙ୍ଗେ ନିଜର ପିଲାମାନଙ୍କୁ ମଧ୍ୟ କ୍ଷୁଦ୍ର ଦାନା ଶଶ୍ୟରେ ପ୍ରସ୍ତୁତ ଖାଦ୍ୟାଭ୍ୟାସ କରି ଜିଲ୍ଲାରୁ କୁ ପୋଷଣ କୁ ଦୁରେଇଦେଇ ହେବ ବୋଲି ମହିଳା ପରିଦର୍ଶୀକା ଅଞନା ପ୍ରଧାନ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ଗିରିଶଚନ୍ଦ୍ର ସାମଲ ପରିଚାଳନା କାରିଥିବା ବେଳେ ହୃଷିକେଶ ଅମାୟତ,କୃତିବାଶ ପ୍ରଧାନ, ସଞ୍ଜୟ କୁମାର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.