ନିଶାମୁକ୍ତ ମହାବିଦ୍ୟାଳୟ ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ ତମାଖୁ ମୁକ୍ତ କଲେଜ କ୍ୟାମ୍ପସ ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ତମାଖୁ ନିୟନ୍ତ୍ରଣ ତରଫରୁ ସହ ପ୍ରବନ୍ଧକ ଅଶୋକ କୁମାର ସାହୁ, ଟିକାବାଲି ଡାକ୍ତରଖାନାର ବି. ପି ଏମ ରଶ୍ମିରଂଜନ ସାହୁ ଓ ଶିବରଞ୍ଜନ ଦାସ ଯୋଗ ଦେଇ ତମାଖୁ ନିଶା ଜୀବନ ଓ ସମାଜ ପାଇଁ କେତେ କ୍ଷତିକାରକ ଆଲୋଚନା କରିଥିଲେ l ଏଥି ସହିତ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ହୋଇଥିଲା l ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲ l ନୋଡାଲ ଅଫିସର ଅଧ୍ୟାପକ ରତନ ଦିଗାଲ, ଅତିଥି ପରିଚୟ ଦେଇଥିଲେ ଅଧ୍ୟାପକ ଶଙ୍କର ପାଢ଼ୀ ଆଭିମୁଖ୍ୟ ଉପରେ ଆଲୋଚନା କରିଥିବାବେଳେ ଅଧ୍ୟାପକ ନରେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଛାତ୍ରଛାତ୍ରୀ ନିଶାମୁକ୍ତ କ୍ୟାମ୍ପସ ପାଇଁ ଶପଥ ନେଇଥିଲେ l ମୋ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଯେଉଁ ସ୍ବପ୍ନ ଅଛି ସୁଦୃଢ ଓଡିଶା ଓ ସୁସ୍ଥ ଓଡିଶା ସଫଳ ପାଇଁ ଆହ୍ୱାନ ଦେଇଥିଲେ ଅଧ୍ୟାପକ ଜ୍ଞାନରଞ୍ଜନ ଭୋଇ, ସୂରଜ ସାସମଲ, ଅଧ୍ୟାପିକା ସଂଘମିତ୍ରା ଦାସ, ନିବେଦିତା ଭୋଇ ଯୋଗଦେଇ ଥିଲେ l

nis-ad
Leave A Reply

Your email address will not be published.