ଫୁଲବାଣୀ: କନ୍ଧମାଳ ଜିଲ୍ଲା ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଧୁମଧାମରେ ଖ୍ରୀଷ୍ଟୀୟ ଭାଇ ଭଉଣୀଙ୍କ ଦ୍ଵାରା ଗାନ୍ଧୀ ସ୍ମୃତି ଭବନ ଠାରେ ପାଳିତ ହୋଇ ଯାଇଛି । ସର୍ବ୍ ପ୍ରଥମେ ମାଦିକୁଂଦା ଛକ ଠାରୁ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୁତି ଭବନ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ ଶୋଭାଯାତ୍ରା ହେଇଥିଲା।ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଲୋକମାନେ ପ୍ରଭୁ ଯୀଶୁଙ୍କ ଗୀତ ପରିବେଷଣ କରି ଆନନ୍ଦର ସହ ନାଚି ନାଚି ମୁଖ୍ୟ ସହର ଦେଇ ଗାନ୍ଧିସ୍ମୁତି ଭବନକୁ ଆସିଥିଲେ।ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଶତାଧିକ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନେ ଏହି ମହୋତ୍ସବରେ ଯୋଗ ଦେଇଥିଲେ।ପରେ ପରେ ସଭାଗୃହ ଠାରେ ଏକ ଆଲୋଚନା ଚକ୍ର ସହିତ ସାଂସ୍କୁତିକ କାର୍ଯ୍ୟକ୍ରମ କରାଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ও ଉପଢୌକନ ଦେଇ ସ୍ବାଗତ କରିଥିବା ବେଳେ ମଞ୍ଚର ସଭାପତି ପ୍ରବୀଣ କୁମାର ନାୟକ ସଭା ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ଚିତ୍ତରଞ୍ଜନ ନାୟକ ଭୁବନେଶ୍ୱର, ଯୋଗ ଦେଇ
ଯୀଶୁଖ୍ରୀଷ୍ଟ ଜଗତକୁ ଉଦ୍ଧାର କରିବା ପାଇଁ ନିଜକୁ ଜଗତରେ ପ୍ରକାସି ଲେ, ଜଗତର ଉଦ୍ଧାର ପାଇଁ ନିଜକୁ ସମର୍ପଣ କଲେ। ଯୀଶୁ ଖ୍ରୀଷ୍ଟ ପାପିଙ୍କୁ ରକ୍ଷା କରିବା ପାଇଁ ଜନ୍ମ ଗ୍ରହଣ କଲେ। ଏହି ସମସ୍ତ ବିଷୟ ଈଶ୍ଵରଙ୍କ ବାକ୍ୟ ଦ୍ଵାରା ମୁଖ୍ୟ ବକ୍ତା ପ୍ରକାଶ କରିଥିଲେ ।
ସେହିପରି ମୁଖ୍ୟ ଅତିଥି ଭାବରେ ଫାଦର ଡ଼ଃ ଉଦୟ ନାଥ ବିଶୋଇ ସମ୍ନାନିତ ଅତିଥି ରୂପେ ତାମିଲନାଡୁର ପାଳକ ଟି.ଯୋଶେଫ ,ଡ଼ଃ.ଏନ ଲିନା ଚାନ୍ଦ,ଆଚାର୍ଯ୍ୟ ବିଜୟ କୁମାର କରାଡ଼,ଡ଼ଃ ସୁର୍ଯ୍ୟ ନାରାୟଣ ବେହେରା ,ବିଶ୍ୱବାଣୀ ଚର୍ଚ୍ଚର ଜିଲ୍ଲା କୋଡ଼ିନେଟର ଆଚାର୍ଯ୍ୟ ରଞ୍ଜନ ଦିଗାଲ ଯୋଗ ଦେଇଥିଲେ। ମିରାକିଲ ସଙ୍ଗୀତ ଦଳ ଅତି ସୁନ୍ଦର ଗୀତ ପରିବେଷଣ କରିଥିଲେ ଓ ସମସ୍ତେ ନାଚି ନାଚି ପ୍ରଭୁଙ୍କୁ ଧନ୍ୟବାଦ ଦେଇଥିଲେ।ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।ସମସ୍ତ ଚର୍ଚ୍ଚର ପିଲାମାନେ ଗୀତନାଚ କରିଥିଲେ।ଆଚାର୍ଯ୍ୟ ଦାନିଏଲ ନାୟକଙ୍କ ଲିଖିତ “ସାନ୍ତ୍ବନା” ପୁସ୍ତକ ଟି ଉନ୍ମୋଚନ କରାଯାଇଥିଲା। ଅନେକ ପାଳକ ମାନେ ଯୋଗ ଦେଇଥିଲେ।ସମ୍ପାଦକ ଲକ୍ଷଣ ବେହରା, କୋଷାଧ୍ୟକ୍ଷ ମାର୍ଟିନ ପ୍ରଧାନ ,ବନମାଳୀ ଦିଗାଲ,ଓ ସନ୍ତୋଷ ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ସୁନୀଲ ବେହେରା ଓ ଟିମ ସୁନ୍ଦର ବାଦ୍ୟଯନ୍ତ୍ର ପରିବେଷଣ କରିଥିଲେ।