ଦେବଗଡ଼,୧୫ା୧୨: ଲଇମୁରା ଫରେଷ୍ଟ ବିଟ୍ ହାଉସରୁ ଚଉକାଠ ଚୋରି ଅଭିଯୋଗରେ ଲଇମୁରା ଥାନା ପୋଲିସ ଶୁକ୍ରବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ଲଇମୁରା ଥାନା ଗଣ୍ଡମ ଗ୍ରାମର ଭାଗିରଥି ସାହୁ, ହରେକୃଷ୍ଣ ପୃଷେଠ ଓ ପ୍ରକାଶ ବାଡା ବୋଲି ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବନବିଭାଗ ପକ୍ଷରୁ କେତେକ ବେଆଇନ ଚଉକାଠ ଜବତ କରାଯାଇ ଲଇମୁରା ଫରେଷ୍ଟ ବିଟ୍ ହାଉସରେ ରଖାଯାଇଥିଲା । ତେବେ ଗତ ୧୩ ତାରିଖ ରାତ୍ରୀରେ ତାଲା ଭାଙ୍ଗି ବିଟ୍ ହାଉସରୁ ୫ ଟି ଚଉକାଠ ଚୋରି ହୋଇଥିଲା । ଏନେଇ ୧୪ ତାରିଖ ଦିନ ବନ ବିଭାଗର ଅଭିଯୋଗ ଆଧାରରେ ଲଇମୁରା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଏ ଘଟଣାରେ ଉପରୋକ୍ତ ୩ ଜଣ ସଂପୃଜକ୍ତ ଥିବା ଜଣାପଡିବାରୁ ସେମାନଙ୍କ ନିକଟରୁ ଚୋରୀ ଚଉକାଠ ଜବତ କରିବା ସହ ସେମାନଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.