୧୯ତମ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ…

ପ୍ରଥମ ସଂଧ୍ୟାରେ ସମ୍ବଲପୁରୀ ଗୀତିନାଟ୍ୟ ‘ପଏର୍ଚ୍ଛା ସତୀ’ମଂଚସ୍ଥ
ଦେବଗଡ଼,୩ା୧୨ : ଦେବଗଡର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଜାଗରଣ ଆର୍ଟ ଇଂଟର୍‌ନେସନାଲ୍‌’ ପକ୍ଷରୁ ସ୍ଥାନୀୟ ଟାଉନ୍‌ହଲ୍ ଠାରେ ଆଜି ୧୯ ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ବୁଧବାର ସଂଧ୍ୟାରେ ଅନୁଷ୍ଠାନର ସଭାପତି ଅସୋକ କୁମାର ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ,ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଓ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଜନ୍ମାଜୟ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ସଭାରେ ଅନୁଷ୍ଠାନର ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା ଓ ସମ୍ପାଦକ ସୁଜିତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଚଳିତ ବର୍ଷର ପ୍ରଥମ ନାଟକ ଭାବେ ବରଗଡ ଜିଲା ପଦ୍ମପୁରର ନାଟ୍ୟାନୁଷ୍ଠାନ‘ଲୁ’ ଦ୍ୱାରା ନାଟ୍ୟକାର ପ୍ରଫେସର କେଶ ରଞ୍ଜନ ପ୍ରଧାନଙ୍କ ଦ୍ୱାରା ରୁପାନ୍ତରିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ଗୀତିନାଟ୍ୟ ‘ପଏର୍ଚ୍ଛା ସତୀ’ ମଂଚସ୍ଥ ହୋଇଥିଲା । ନାଟକର ମୂଖ୍ୟ ‘ପଏର୍ଚ୍ଛା ସତୀ’ ଭୁମୀକାରେ ଲୋକ କଳାକାର ସୁଶ୍ରୀ ପୁଷ୍ପ୍ଧରଞ୍ଜଳି ଅଭୀନୟ କରିଥିବା ବେଳେ କୋରସରେ ମୀନା, ବର୍ଷା, ରାନୀ,ପରୀ,ସ୍ନେହା ଓ କଲ୍ୟାଣୀ ପ୍ରମୁଖ ମଂଚରେ ଅବତୀର୍ଣ୍ଣ ହୋଇଥିଲେ । କଳାକାର ମାନେ ସୁନ୍ଦର ଭାବେ ଏହି ଗୀତି ନାଟ୍ୟକୁ ଉପସ୍ଥାପନ କରିଥିବା ବେଳେ ଏହା ଉପସ୍ଥିତ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ସୁରେନ୍ଦ୍ର ସାହୁ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଲେଖ ବେନିଆ, ଦିବ୍ୟ କିଶୋର ବରିହା ଓ ଗଜାନନ ନାଗ ଯନ୍ତ୍ର ସଂଗୀତ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.