ଯୁବ ନେତା ସଞ୍ଜିତ ମଲ୍ଲିକଙ୍କୁ ହତ୍ୟା ଘଟଣାର ପର୍ଦାଫାଶ କଲା ପୁଲିସ…


ପରକିୟା ପ୍ରୀତି ପଡିଲା ମହଙ୍ଗା….

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଦଡ଼କି ପଞ୍ଚାୟତର ଯୁବ ନେତା ସଞ୍ଜିତ ମଲ୍ଲିକଙ୍କୁ ହତ୍ୟା ଘଟଣାର ପର୍ଦାଫାଶ କରିଛି ପୁଲିସ । ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ସଞ୍ଜିତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜନୈକା ବିବାହିତ ମହିଳାଙ୍କୁ ଗିରଫ କରାଯାଇଛି। ଆଜି ସନ୍ଧ୍ୟାରେ ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ। ଯାହା ପ୍ରାପ୍ତ ସୂଚନା ରହିଛି ମୃତ ସଞ୍ଜିତ ମଲ୍ଲିକଙ୍କ ଜନୈକା ବିବାହିତ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଥିଲା । ସେମାନେ ପ୍ରାୟତଃ ଗାଁରେ ଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧୂକାରୀ ଙ୍କ ଖାଲି ପଡ଼ିଥ‌ିବା ବାସଗୃହରେ ରାତିରେ ଏକା ରହୁଥିଲେ । ପୂର୍ବରୁ ସଞ୍ଜିତ ସମ୍ପୃକ୍ତ ମହିଳାଙ୍କ ପାଖରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ପାଣ୍ଠିରୁ ଟଙ୍କା ଧାର ନେଇ ଫେରାଉ ନଥିଲେ । ଏ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅପରପକ୍ଷରେ ଟଙ୍କା ମାଗିଲେ ସବୁକଥା ପଦାରେ ପକାଇ ଦେବେ ବୋଲି କହି ସଞ୍ଜିତ ମହିଳାଙ୍କୁ ଡରାଉଥିଲେ । ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ଯରେ ମନାନ୍ତର ହୋଇଥିଲା। ଘଟଣା ଦିନ ରାତିରେ ଉଭୟ ପିଇଓ କ୍ବାର୍ଟରରେ ରହିଥିଲେ। ସେ ସମୟରେ ସଞ୍ଜିତ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ମହିଳା ସଞ୍ଜିତଙ୍କ ମୁହଁରେ ଏକ ତକିଆ ଚାପ ଦେଇ ତାଙ୍କୁ ହତ୍ୟା କରିଥିଲେ । ଏହାପରେ ତାଙ୍କ ଉପରେ ଏକ କମ୍ବଳ ଘୋଡ଼ାଇ ଦେଇ ଚାଲି ଯାଇଥିଲେ । ସାଙ୍ଗରେ ସଞ୍ଜିତଙ୍କ ମୋବାଇଲ ଫୋନ ନେଇ ଯାଇଥିଲେ । ପରଦିନ ସକାଳୁ ତାଙ୍କ ବାପା ତାଙ୍କୁ ଉଠାଇବା ପାଇଁ ଯାଇ ସେ ମୃତ୍ୟୁ ବରଣ କରିଥିବା ଦେଖୁବାକୁ ପାଇଥିଲେ ।
ପରିବାର ଲୋକେ ସଦର
ପୋଲିସକୁ ଖବର ଦେବାପରେ ସଦର
ଥାନା ଏସଡିପିଓ
ପୁଲିସ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଅନ୍ୟ ପଟେ ପରିବାର ପକ୍ଷରୁ ସଞ୍ଜିତଙ୍କୁ ହତ୍ଯା କରାଯାଇଥିବା ନେଇ ସଦର ଥାନାରେଅଭିଯୋଗ ହୋଇଥିଲା l ଏ ନେଇ ଥାନାରେ ୧୯୭/୨୩ ରେ ଏକ ମାମଲା ରୁଜୁ କରାଯାଇ ଘଟଣା ସ୍ଥଳରେ ଡଗ ଫ୍ଲୁଡ଼ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏଥି ସହିତ
କିଛିଦିନ ତଳେ ସଞ୍ଜିତଙ୍କ ଅନ୍ୟ କିଛି ଯୁବକଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିବାରୁ ପରିବାର ଲୋକେ ଏହି ହତ୍ୟା ପଛରେ ସାଙ୍ଗ ମାନଙ୍କ ହାତ ଥିବା ସନ୍ଦେହ କରିଥିଲେ। ଅପରପକ୍ଷରେ, ସଞ୍ଜିତଙ୍କୁ ତାଙ୍କ ମାମୁଁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ ତାଙ୍କ ସ୍ତ୍ରୀ ସୂଚିସ୍ମିତା ଦେହୂରୀ। ଏହି ସବୁ ଘଟଣା ପରିସମାପ୍ତି ଘଟି
ପୋଷ୍ଟି ମର୍ଟମ ଓ ଭିସେରା ରିପୋର୍ଟକୁ ଆଧାର କରି
ଏହି ଘଟଣାର ପର୍ଦାଫାସ କରିବା ସହିତ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣକରାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଅଧୂକାରୀ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.