୫ ଦଫା ଦାବୀରେ ଗ୍ରାମୀଣ ଡାକସେବକ ସଂଘର ଧର୍ମଘଟ…

ଦେବଗଡ଼ (୧୩ା୧୨) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ, ଓଡିଶା ସର୍କଲର ଆହ୍ୱାନ କ୍ରମେ ୫ ଦଫା ଦାବୀରେ ବୁଧବାର ଦେବଗଡ ଜିଲାର ଗ୍ରାମୀଣ ଡାକ ସେବକ ମାନେ ଧର୍ମଘଟ ଆରମ୍ଭ କରିଛନ୍ତି । ସେହିପରି ଏହି ଧର୍ମଘଟ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ ଜାରୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଦେବଗଡ ଜିଲାର ଗ୍ରାମୀଣ ଡାକ ସେବକ ମାନେ ସଂଘର ସଭାପତି ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ଓ ସମ୍ପାଦକ ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦୁଷ୍ମନ୍ତ ପ୍ରଧାନ,ଗୌତମ ବିହାରୀ ଧଳ, ଗୋବିନ୍ଦ ଚନ୍ଦ୍ର ସାହୁ, ତୃପ୍ତିମୟୀ ସାହୁ ଓ ବାଣେଶ୍ୱର ଗଡନାୟକଙ୍କ ସମେତ ସଂଘର ବହୁ ସଦସ୍ୟ ସଦସ୍ୟା ଦେନଗଡ ମୂଖ୍ୟ ଡାକଘର ସମ୍ମୁଖରେ ଏକତ୍ରିତ ହୋଇ କେନ୍ଦ୍ରସରକାରଙ୍କ କର୍ମଚାରୀ ମାରଣ ନୀତିର ଦୃଢ ପ୍ରତିବାଦ କରିବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଂଟ ଦୈନିକ ୮ ଘଂଟା ସ୍ଥିର କରାଯିବା,ପ୍ରତି ୧୨ ବର୍ଷରେ ଆର୍ଥୀକ ପଦୋନ୍ନତି ଦେବା ସୁପାରିସକୁ ଶୀଘ୍ର ଲାଗୁ କରାଯିବା, ସମସ୍ତ ଗ୍ରାମୀଣ ଡାକ ସେବକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବା , ଗ୍ରାମୀଣ ଡାକ ସେବକ ମାନଙ୍କୁ ପେନଶନ ପ୍ରଦାନ, ଗ୍ରାଚୁଇଟୀ ଓ ସେଭେରାନ୍ସ ଆଲାଉନ୍ସ ବାବଦକୁ ୫ଲକ୍ଷ ଟଙ୍କା ପ୍ରଦାନ ଓ ଟାର୍ଗେଟ ନାମରେ ଅଧିକାରୀ ମାନଙ୍କ ଜୁଲମ୍ ବନ୍ଦ କରାଯିବା ଆଦି ୫ଦଫା ଦାବୀରେ ଦେବଗଡ ମୂଖ୍ୟ ଡାକଘର ସମ୍ମୁଖରେ ଧାରଣାରେ ବସିଥିଲେ ।

nis-ad
Leave A Reply

Your email address will not be published.