ବାଲ୍ୟ ବିବାହ ମୁକ୍ତ ଦେବଗଡ ପାଇଁ ଶିଶୁମାନଙ୍କ ପଥପ୍ରାନ୍ତ ନାଟକ ଅଭିଯାନ ମାଧ୍ୟମରେ ସଂକଳ୍ପ ଯାତ୍ରା

ଦେବଗଡ ୧୧|୧୨ ଆସନ୍ତା ୨୦୨୪ ସୁଦ୍ଧା ଦେବଗଡ ଜିଲ୍ଲାକୁ ସମ୍ପୂର୍ଣ ରୂପେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ମାନ ବିଗତ ଦୁଇ ବର୍ଷ ଧରି ଆୟୋଜିତ ହୋଇ ଆସୁଅଛି ଯଥା ଜିଲ୍ଲାପାଳ ସୋମେଶ ଉପଧ୍ୟାୟଙ୍କ ଦ୍ଵାରା ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଗୁଡିକ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ ଓ ବାଲ୍ୟ ବିବାହ ସୂଚନା ପ୍ରଦାନକାରୀଙ୍କ ପାଇଁ ତିନି ହଜାର ପୁରଷ୍କାର ଘୋଷଣା ,ପ୍ରତ୍ଯେକ ଗ୍ରାମ , ପଞ୍ଚାୟତ ଓ ବ୍ଲକରେ ବାଲ୍ୟ ବିବାହ ବିରୋଧ ମଞ୍ଚ ଗଠନ , ଗ୍ରାମରେ ହେଉଥିବା ପ୍ରତ୍ଯେକ ବିବାହକୁ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଯାଞ୍ଚ ଓ ପଞ୍ଜୀକରଣ ଏଥିସହ ଅନେକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ । ଏବେ ଦେବଗଡକୁ ୨୦୨୪ ସୁଦ୍ଧା ବାଲ୍ୟ ବବାହ ମୁକ୍ତ କରିବା ପାଇଁ ଅବୁଝ। ଅମାନିଆ ପିତାମାତାଙ୍କୁ ସଚେତନ କରିବା ପିଲାମାନେ ଅଣ୍ଟା ଭିଡି ବାହାରିଛନ୍ତି । ଗତ ୧୦ ତାରିଖରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସହାୟତା ଓ ତତ୍ବାବଧାନରେ ପିଲାମାନେ ଏକ ନାଟ୍ୟଦଳ ଗଠନ କରି ପ୍ରତ୍ୟେକ ଶନିବାର ଓ ରବିବାର ବାହାରିପଡ଼ୁଛନ୍ତି ଗ୍ରାମକୁ ଗ୍ରାମ ବୁଲି ପଥପ୍ରାନ୍ତ ନାଟକ ମାଧ୍ୟମରେ ବାଲ୍ୟ ବିବାହର କୁପ୍ରଭାବ ଓ ଦେବଗଡ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବାପାଇଁ ଲୋକଙ୍କୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରିବା ପାଇଁ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ପ୍ରଯୋଜିତ , ଦାମୋଦର ସାହୁଙ୍କ ଦ୍ଵାରା ରଚିତ ଓ ସୁଶାନ୍ତ ମହାରଣାଙ୍କ ଦ୍ଵାରା ନିର୍ଦେଶିତ ପଥପ୍ରାନ୍ତ ନାଟକ “ ଜହର”କୁ ରିଆମାଳର କେଜିବିଭିର ଶିଶୁ କଳାକାର ନମିତା ତଣ୍ଡ , ମନୀଷା କିଶାନ , ଇଲା ବେହେରା , ଲଲିତା ସୁନା , ବିଜଯଲକ୍ଷ୍ମୀ ନାୟକ , ମଞ୍ଜରି ପ୍ରଧାନ , ସୁରତି ମାଝି , ନନ୍ଦିନୀ ପାତ୍ର , ଶିବାନୀ ବେହେରା ଓ ଲଭଲୀ ନାୟକ ଅଭିନୟ କରି ଲୋକଙ୍କୁ “ ବାଲ୍ୟ ବିବାହ ଦାୟିତ୍ଵରୁ ମୁକ୍ତି ନୁହେ , ବରଂ ଶୈଶବ ପ୍ରତି ଅନ୍ୟାୟ” ବୋଲି ସଚେତନତା ବ।ର୍ତ। ପ୍ରଚାର କରୁଛନ୍ତି । ଏହି ଶିଶୁ ପଥପ୍ରାନ୍ତ ନାଟ୍ୟ ଦଳ ଗତକଲି ରେଙ୍ଗାଲବେଡାରୁ ଏହି ଅଭିଯାନ ଆରମ୍ଭ କରି ଜିଲ୍ଲା ସଦର ମହକୁମାର ହାତୀଶାଳ ସାହି , ଗୋପବନ୍ଧୁ ଛକ ଓ ଆଜି ବୁଢାପାଳ , ନ।ଉଲିପଡ଼। ଓ କଣ୍ଟାବାହାଳରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରି ଦର୍ଶକଙ୍କ କରତାଳି ଓ ପ୍ରସଂଶା ସ।ଉଟିଛନ୍ତି । ଜିଲ୍ଲା ସଦର ମହକୁମାର କାର୍ଯ୍ୟକ୍ରମ ସ୍ଵତନ୍ତ୍ର ଅତିଥି ଭାବେ ଉପନଗରପାଳ ପ୍ରଜିତ ଭୋଜ , ମଞ୍ଜୁଲ ନାୟକ , ପୂର୍ଣଚନ୍ଦ୍ର ବୁଡ। , ଉପେନ୍ଦ୍ର ଭଞ୍ଜ , ଅବନୀ ମିଶ୍ର ଉପସ୍ଥିତରହି କୁନି କଳାକାରମାନଙ୍କୁ ପୁରସ୍କୃତ କରିଥିଲେ । ଏହି ପଥପ୍ରାନ୍ତ ନାଟକ ଅଭିଯାନକୁ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ , ଅକସନଆଡ ଜିଲ୍ଲା ସଂଯୋଜକ ବିରେନ୍ଦ୍ର ମହାପ।ତ୍ର , କେଜିବିଭିର ଶୁଭଲକ୍ଷ୍ମୀ ମହାପ।ତ୍ର , ସବିତା ଭୋଇ , କୁମୁଦିନୀ ମାହାକୁଡ ଓ ତପନ ପ୍ରଧାନ ପରିଚାଳନ। କରୁଛନ୍ତି । ଦେବଗଡକୁ ବାଲ୍ୟ ବିବାହ ମୁକ୍ତର ଲକ୍ଷ୍ୟ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ସ୍ଵତନ୍ତ୍ର ଅଭିଯାନରେ ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟର ଶିଶୁ କଳାକାରମାନେ ସାମିଲ ହୋଇ ଆଗକୁ ବ।ରକୋଟ ବ୍ଲକର ବଲମ , କନ୍ଧଳ , ବିଜଯନଗର , ରମ୍ଭେଇ , ଦାନ୍ତରିବାହଲ ଅଞ୍ଚଳରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପତ୍ର ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.