ସାଂସଦ ଧିରଜ ସାହୁଙ୍କ ଠାରୁ ୫ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବାହାରିବା ଘଟଣା : ଭାଜପା ପକ୍ଷରୁ ବିକ୍ଷୋଭ ଓ କୁଶ ପୁତଳିକା ଦାହ

ଦେବଗଡ଼,୧୧ା୧୨:କଂଗ୍ରେସ ଦଳର ସାଂସଦ ଧିରଜ ସାହୁଙ୍କ ଠାରୁ ୫ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବାହାରିବା ପ୍ରତିବାଦରେ ଦେବଗଡ ଜିଲା ଭାଜପା ପକ୍ଷରୁ ସୋମବାର ଜିଲାପଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ଧିରଜ ସାହୁଙ୍କ କୁଶ ପୁତଳିକା ଦାହ କରାଯାଇଛି । ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବହି ଭାଜପା ନେତା ଓ କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଧିରଜ ସାହୁଙ୍କ ବିରୋଧରେ ବର୍ଷିବା ସହ ବିଜେଡି ସରକାରର ଅନୁକମ୍ପାରେ ସାହୁ ବ୍ରଦର୍ଶ ଏଭଳି ବେଆଇନ ଟଙ୍କା ଠୁଳ କରିଥିବା ଅଭିଯୋଗ କରିଥିଲେ । ଏହି ଅବସରରେ ସେମାନେ ବିଜେଡି ସରକାର ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଳେଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବାସହ ଉଭୟ ଧିରଜ ସାହୁ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଭାଜପା ଉପ ସଭାପତି ସତ୍ୟନାରାୟଣ ପାଣି, ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ଦାଶ,ଉପ ନଗରପାଳ ପ୍ରଜିତ କୁମାର ଭୋଜ, ଭାଜପା ଯୁବ ମୋର୍ଚ୍ଚା ଜିଲା ସଭାପତି ସନ୍ତୋଷ କୁମାର ଭୁତିଆ, କାଉନଶିଲର କାର୍ତିକ ମହାକୁଳ,ଦିବ୍ୟଶଙ୍କର ଖୁଂଟିଆ,ଯୋଗେଶ ଚନ୍ଦ୍ର ପ୍ରଧାନ, , ନରୋତମ ସାହୁ, ସୁଧିର କୁମାର ପ୍ରଧାନ,ରମଣୀ ରଞ୍ଜନ ଆଚାର୍ଯ୍ୟ,ଆଲୋକ କୁମାର ଦ୍ୱିବେଦୀ, ବାବୁଲି କର, ଚନ୍ଦ୍ରଶେଖର ମହାପାତ୍ର, ଜଗନ୍ନାଥ ବେହେରା, ପ୍ରତାପ ପଣ୍ଡା, ବାବୁଲି ପ୍ରଧାନ ଓ ରାଘବ ମହାରଣାଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.