ଓଡ଼ିଶା ଅଧୀନରେ ଡିଜିଟାଲ୍ ଦକ୍ଷତା କାର୍ଯ୍ୟକ୍ରମର ଶୁଭାରମ୍ଭ…

ଫୁଲବାଣୀ : ଓଡ଼ିଶା ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲା ସମେତ ୧୧ ଗୋଟି ଜିଲ୍ଲାରେ ନୂତନ ଉନ୍ନତ ଅଭିଳାଷା ଓଡ଼ିଶାକୁ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଆଜି ଶୁଭାରମ୍ଭ କରିବା ସହିତ ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ଅଧୀନରେ ଡିଜିଟାଲ୍ ଦକ୍ଷତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହା ସହିତ ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ଅଧୀନରେ ବିକେନ୍ଦୀକରଣ ଦକ୍ଷତାର ମଧ୍ୟ ଶୁଭାରମ୍ଭ କରିଛନ୍ତି ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ। ଏହି ନୂଆ-ଓ ଅଧୁନରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଯୁବକ ଯୁବତୀମାନେ ନିଜ ନିଜର ଦକ୍ଷତା ବୃଦ୍ଧିକରିବା ସହିତ ରାଜ୍ୟର ଉନ୍ନତିରେ ଭାଗିଦାରୀହୋଇପାରିବେ। ଦକ୍ଷତା ବିକାଶ ତ‌ଥା ନିୟୋଜନ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଙ୍କ ସୂଚନାରୁ ଜଣାପଡ଼ିଛିଯେ, ଏଣିକି ଶିଳ୍ପ ତାଲିମ ନେଉଥିବା ପିଲାମାନେ ଶିଳ୍ପ ତାଲିମ ନେବା ସହିତ ମାଟ୍ରିକ ଠାରୁ ଆରମ୍ଭ କରି ପୋଷ୍ଟ ଗ୍ରାଜୁଏଟ୍ ପର୍ଯ୍ୟନ୍ତ ଯୋଗ୍ୟତା ହାସଲ କରିପାରିବେ । ସେଥ‌ିପାଇଁ ସରକାର ନାସନାଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଓପନ୍‌ ସ୍ଫୁଲିଙ୍ଗ୍‌ର ଅଧ୍ୟକ୍ଷଙ୍କ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି । ଜଣେ ଶିଳ୍ପ ତାଲିମ ନେଇଥିବା ବ୍ୟକ୍ତି ଏହିଭଳି ଭାବରେ ଶିକ୍ଷାଲାଭ କରି ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି ପାଇପାରିଛନ୍ତି ବୋଲି ରେଘୁ ଜି ସୁଚନା ଦେଇଥିଲେ । ଶିଳ୍ପ ତାଲିମ ନେଉଥୁବା ଶିକ୍ଷାର୍ଥୀମାନଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଜଣା ପଡ଼ିଛି ।ଏହି ଅବସରରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଫୁଲବାଣୀର ୨୪୦ ଜଣ ଛାତ୍ରଛାତ୍ରୀଙ୍କୁ ଗାୟତ୍ରୀ ଚାରିଟେବଲ୍ ଓ ଏଜୁକେସନାଲ ଟ୍ରଷ୍ଟ ସୋଲାର୍ ପାନେଲ୍ ଇନ୍‌ଷ୍ଟାଲେସନ୍ ଟେକ୍‌ନିସିଆନ୍ ଟ୍ରେଡ୍ ପାଇଁ ତାଲିମ ପ୍ରଦାନ କରିବା ଉଦ୍ଦେଶ୍ୟରେ କାଉନ୍‌ସିଲିଙ୍ଗ ହୋଇସାରିଛି ବୋଲି ଜିଲ୍ଲା ଦକ୍ଷତା ବିକାଶ- ତଥା- ନିୟୋଜନ ଅଧୁକାରୀ ଶ୍ରୀ ପୁରୁଷୋତ୍ତମ ମହାପାତ୍ର ସୂଚନା ଦେଇଛନ୍ତି । କନ୍ଧମାଳ ଉପ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ସେହି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନୂଆ-ଓ ଅଧୁନରେ ଥିବା ସମସ୍ତ ସୁଯୋଗର ଳାଭ ନେବାପାଇଁ ପରାମର୍ଶ ଦେଇଥିଲେ ।

nis-ad
Leave A Reply

Your email address will not be published.