ସାଂସଦ ଦାନିସ ଅଲି ବିଏସପିରୁ ବିଦା

WhatsApp-Image-2023-12-09-at-17.08.19-640x430

ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀ ନିଜ ଦଳର ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବିଏସପି ପକ୍ଷରୁ ଜାରି ଏକ ବିବୃତିରେ ସେ କହିଛନ୍ତି ଯେ ତାଙ୍କୁ ଅନେକ ଥର ମୌଖିକ ଭାବେ କୁହାଯାଇଥିଲା ଯେ ସେ ଦଳର ନୀତି, ଆଦର୍ଶ ଏବଂ ଶୃଙ୍ଖଳା ବିରୋଧରେ କୌଣସି ବିବୃତ୍ତି ଦିଅନ୍ତୁ ନାହିଁ, କିନ୍ତୁ ଏହା ସତ୍ତ୍ୱେ ସେ କ୍ରମାଗତ ଭାବରେ ଦଳ ବିରୁଦ୍ଧରେ ଯାଇ ଏଭଳି କାର୍ଯ୍ୟ କରିଆସୁଥିଲେ।
ବିଏସପି ପକ୍ଷରୁ କୁହାଯାଇଛି ଯେ, ୨୦୧୮ରେ ଦାନିସ୍ ଅଲ୍ଲୀ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ଜନତା ପାର୍ଟିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ୨୦୧୮ କର୍ଣ୍ଣାଟକ ସାଧାରଣ ନିର୍ବାଚନରେ ବହୁଜନ ସମାଜ ପାର୍ଟି ଓ ଜନତା ପାର୍ଟି ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ଦେବେଗୌଡ଼ାଙ୍କ ଦଳ ପକ୍ଷରୁ ଦାନିସ୍ ଅଲ୍ଲୀ ବେଶ୍ ସକ୍ରିୟ ଥିଲେ। ସେହି ସମୟରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ଏଚଡି ଦେବେଗୌଡାଙ୍କ ଅନୁରୋଧକ୍ରମେ ଦାନିଶ ଅଲ୍ଲୀଙ୍କୁ ଅମରୋହାରୁ ବିଏସପି ପ୍ରାର୍ଥୀ କରାଯାଇଥିଲା ।

“ଦାନିଶ ଅଲ୍ଲୀଙ୍କୁ ଟିକେଟ ଦେବା ପୂର୍ବରୁ ଏଚଡି ଦେବେଗୌଡା ପ୍ରତିଶ୍ରୁତି ଦେଇଥିଲେ ଯେ ସେ ସର୍ବଦା ବହୁଜନ ସମାଜ ପାର୍ଟିର ସମସ୍ତ ନୀତି ଅନୁସରଣ କରିବେ ଏବଂ ଦଳର ସ୍ୱାର୍ଥ ରେ କାମ କରିବେ । ଏହି ପ୍ରତିଶ୍ରୁତିକୁ ଦାନିଶ ଅଲ୍ଲୀ ଦୋହରାଇଥିଲେ, ଯାହା ପରେ ତାଙ୍କୁ ବିଏସପିର ସଦସ୍ୟତା ଦିଆଯାଇଥିଲା । ଅମରୋହାରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ତାଙ୍କୁ ଲୋକସଭାକୁ ପଠାଯାଇଥିଲା, କିନ୍ତୁ ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଭୁଲି ସେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି। ତେଣୁ ଦଳର ସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି“ ବିଏସପି କହିଛି ।

nis-ad
Leave A Reply

Your email address will not be published.