ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଡଷ୍ଟବିନ କିଣାରେ ଦୁର୍ନୀତିର ଗନ୍ଧ… !

ବ୍ରହ୍ମପୁର : ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବେ ପାଲଟିଛି ଦୁର୍ନୀତି ର ଗନ୍ତାଘର ବୋଲିପ୍ରତି ଆଲୋଚନା ହେଉଛି।ପ୍ରତି ୱାର୍ଡ ରେ ଡଷ୍ଟବିନ ପ୍ରତେକ ଘର କୁ ଦିଆଯିବ ବୋଲି କୁଆଡ଼େ ମିଥ୍ୟା ବିଲ ହେଇଥିବା ନେଇ ଚର୍ଚ୍ଚା ହେଉଛି। ପ୍ରତି ୱାର୍ଡ଼ ରେ ଡ୍ରିଲ ମେସିନ ଦ୍ୱାରା ଖୋଳା ଯାଇ ସେଠାରେ ଡଷ୍ଟବିନ ପୋତା ଯାଇଥିବା ଅବସ୍ଥାରେ ଫୋଟ ଉଠାଯାଇ ସେଠାରୁ ଡଷ୍ଟବିନ କୁ ଉଭାନ କରା ଗଲା ବୋଲି ବିଭିନ୍ନ ୱାର୍ଡ଼ ରେ ଆଲୋଚନା ହେଉଛି। ବର୍ତ୍ତମାନ ଆସିକା ହରିହର ହାଇସ୍କୁଲ ନିକଟରେ ପାଚେରୀ କୁ ଲାଗି ଓଲଟା ଭାବରେ ନବୀନବାବୁ ଙ୍କ ଫୋଟ ପାଖରେ ଗାନ୍ଧିଜୀ ଙ୍କ ଚଷମା ଲଗାଯାଇ ରଖା ଯାଇଛି। ଅନ୍ୟ ଗୋଟେ ଡଷ୍ଟବିନ କାଳିମୁଖୀ ମନ୍ଦିର ରାସ୍ତା ହାଟପଦା ଛକ ନିକଟରେ ରଖା ଯାଇଛି। କିଛି ଦିନ ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସ୍ୱଚ୍ଛ କର୍ମୀ ମାନେ ସବୁଜଓ ନୀଳ ବର୍ଣ୍ଣର ଡଷ୍ଟବିନ ବଣ୍ଟନ କରିଥିଲେ। ତାର କିଛି ଦିନପରେ ଦୁଇ ଜଣ ମହିଳା କର୍ମଚାରୀ ଗୋଟିଏ କଳାରଙ୍ଗ ର ଓ ନାଲି ରଙ୍ଗର ଡ଼ଷ୍ଟବିନ ନେଇ ସାହି ବାସିନ୍ଦା ମାନଙ୍କୁ ପୂର୍ବରୁ ଦିଆ ଯାଇଥିବା ଦୁଇଟି ଡଷ୍ଟବିନ ଆଣି ଫୋଟ ଉଠାଇବା ବେଳେ କୁଆଡ଼େ ଲୋକେ ପ୍ରତିବାଦ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସକାଳୁ ମଇଳା ନେଉଥିବା ଗାଡିରେ ଡାକବାଜି ଯନ୍ତ୍ର ଦ୍ୱାରା ଚାରୋଟି ଡଷ୍ଟବିନ ରେ କେଉଁ ପ୍ରକାର ମଇଳା ପକାଇବା ପାଇଁ ପ୍ରଚାର କରାଯାଉଛି। ଡାକବାଜି ଯନ୍ତ୍ର ଦ୍ୱାରା ମିଥ୍ୟା ପ୍ରଚାର କରାଯିବ ପରେ ଡଷ୍ଟବିନ ଦୁର୍ନୀତି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଗତ କିଛି ମାସ ହେଲା ଚାଲିଥିବା ଦୁର୍ନୀତି କୁ କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଶାଖା ଦ୍ୱାରା ତଦନ୍ତ କରିଲେ ସରକାର ଙ୍କ ଟଙ୍କା ର ହରିଲୁଟ ର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି। ନବୀନବାବୁ ଓ ଫାଇବ ଟି ଲୋଗ ଲଗାଇ ଏହି ହରିଲୁଟ କିପରି ହେଉଛି ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.