ନୂତନ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ପଡି ମୃତ୍ୟୁ…

ମାଲକାନଗିରି //ମାଥିଲି , ୫।୧୨ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟିରେ ଓଭର ହେଡ ବିଶୁଦ୍ଧ ପାନୀୟଜଳ ନୂତନ ଟାଙ୍କି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଟାଙ୍କି ଉପରୁ ପଡି ମୃତ୍ୟୁବରଣ କରିଥିବା ଜଣା ପଡିଛି । ସୂଚନାରୁ ଜଣାପଡିଛି ଯେ ତେନ୍ତୁଳିଗୁମ୍ମା ପଞ୍ଚାୟତ ସଦର ମହକୁମାରେ ବିଶୁଦ୍ଧ ପାଣି ଯୋଗାଣ ପାଇଁ ଓଭର ହେଡ ଟାଙ୍କି କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟ କରୁଥିବା ଶ୍ରମିକ ଟାଙ୍କି ଉପରୁ ପଡି ମୃତ୍ୟୁ ବରଣ କରିଥିଲା । ମୃତକ ଜଣକ ପରିଚୟ ମିଳିଛି, ସେ ନବରଙ୍ଗପୁର ଜିଲ୍ଲା କୋଡ଼ିଂଗା ଥାନା କସାଗୁମୁଡ଼ା ବ୍ଲକ ଅନ୍ତର୍ଗତ ନନ୍ଦପାଣି ଗ୍ରାମର ରାଜମୋହନ ହରିଜନଙ୍କ ପୁଅ ବନସିଂହ ହରିଜନ (୨୨) । ବୃହତ ପାନୀୟଜଳ ଯୋଗାଣ ପାଇଁ ତେନ୍ତୁଳିଗୁମ୍ମା ଠାରେ ଓଭର ହେଡ ଟାଙ୍କି ନିର୍ମାଣ କାର୍ଯ୍ୟ ପାଇଁ ଯେ.ଏମ.ସି ଠିକା କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସେହି କମ୍ପାନୀ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ହୋଇ କଳ୍ପତରୁ କମ୍ପାନୀ ଏହି କାର୍ଯ୍ୟ କରୁଥିବା ବେଳେ ଆଜି ଏହି ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ଏପରି ଅଭାବନୀୟ ଘଟଣା ଘଟିବା ପରେ ସାଥି ଶ୍ରମିକ ମାନେ ତୁରନ୍ତ ମାଲକାନଗିରି ଜିଲ୍ଲା ମାଥିଲି ସଦର ମହକୁମା ଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟକୁ ତାଙ୍କୁ ଆଣିଥିଲେ । କିନ୍ତୁ ବନସିଂ ରାସ୍ତାରେ ମୃତ୍ୟୁ ହୋଇଥିଲା ବୋଲି ମାଥିଲି ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଘୋଷଣା କରିଥିବା ସହିତ ମେଡ଼ିକାଲ ପକ୍ଷରୁ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକଙ୍କୁ ସୂଚନା ଦିଆଯାଇଥିଲା । ମାଥିଲି ଥାନା ଅଧିକାରୀ ସୂଚନା ପାଇ ତୁରନ୍ତ ମାଥିଲି ଥାନା ଏଏସଏଇ ପ୍ରଦୀପ କୁମାର ନାୟକ ଓ ଅନ୍ୟ କର୍ମଚାରୀ ମାନଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ମାଥିଲି ଥାନା ଏଏସଆଇ ଶ୍ରୀ ନାୟକ ଓ ଅନ୍ୟ ପୋଲିସ କର୍ମଚାରୀ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁବାରୁ ଜାଣିବାକୁ ପାଇଥିଲେ ଯେ ଘଟଣା କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଧୀନରେ ଘଟଣା ଘଟିଛି । ଯେହେତୁ ଘଟଣା ତେନ୍ତୁଳିଗୁମ୍ମା ପଞ୍ଚାୟତ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଧୀନରେ ଆସୁଛି, ସେଥିପାଇଁ ମାଥିଲି ଥାନା ଏଏସଏଇ ଶ୍ରୀ ନାୟକ ବୈପାରି ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ବୈପାରିଗୁଡା ଥାନା ଅଧିକାରୀ ଓ କର୍ମଚାରୀ ପହଁଚିବା ପରେ ମାଥିଲି ଥାନା ତରଫରୁ ଶବକୁ ବୈପାରିଗୁଡା ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ ଏବଂ ବୈପାରିଗୁଡା ଥାନା ତରଫରୁ ଅଧିକ ତଦନ୍ତ କରାଯିବ ବୋଲି ଶ୍ରୀ ନାୟକ ଆମକୁ ସୂଚନା ଦେଇଥିଲେ । ବୈପାରିଗୁଡା ଥାନା ପୋଲିସ ପହଁଚିବା ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.