ଇଟାଭାଟି ମାଫିଆଙ୍କ କବ୍ଜାରେ ପ୍ରଶାସନ, ପାଉଛି ପ୍ରଦୂଷଣ ଵୃଦ୍ଧି

ରାଜନଗର : ରାଜ୍ୟରେ ପୋଡାଇଟା ତିଆରିକୁ ମାନ୍ୟଵର ଅଦାଲତ ବାରଣ କରିଥିବା ଵେଳେ ସ୍ଥାନୀୟ ତହସିଲଦାର ଓ ଆର ଆଇ ଇଟାଭାଟି ମାଫିଆଙ୍କ ସଲାସୁତରାରେ ନିରଵତା ଅବଲମ୍ବନ କରି, ସ୍ଥାନ ପରିବେଶ ପ୍ରଦୂଷଣକୁ ଲକ୍ଷ ନକରି , ବେନିୟମ ଭାବେ କୋଇଲା ପୋଡା ଇଟାଭାଟି ଛତୁଫୁଟିଲା ପରି ଗଢା ଚାଲିଛି। ଏପରିକି ଗାଁ ପାଖିଆ, ନଦୀ କୂଳିଆ ସ୍କୁଲ ପଛପଟ, ଜନଵସତି ନିକଟସ୍ଥ ସ୍ଥାନରେ ନିର୍ଦ୍ଵନ୍ଦରେ ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କୁ ହାତ କରି ଇଟା ନିର୍ମାଣ ଚାଲୁଛି। ସେଥିପାଇଁ ରାଜସ୍ଵ ରୟାଲଟି ଆଦାୟ ବଦଳରେ ନିଜସ୍ଵ ଆୟ ଵୃଦ୍ଧି କରି ଇଟାଭାଟିର ପ୍ରଦୂଷଣ ଧୂଆଁରେ ବୟଷ୍କ ରୋଗଗ୍ରସ୍ତ ଵୃଦ୍ଧ ଵୃଦ୍ଧା ଯନ୍ତ୍ରଣା ଭୋଗି ମରଣ ସହିତ ସଂଗ୍ରାମ କରୁଥିବା ଅଭିଯୋଗ ହେଉଛି। ଏପରି ଏକ ବିବାଦୀୟ ସଙ୍ଗିନ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁରୁ ପଞ୍ଚାୟତର ସରପଞ୍ଚ ରାଣିମଞ୍ଜରୀ ସେଠି। ସରପଞ୍ଚ ଶ୍ରୀମତୀ ସେଠି ତାଙ୍କ ଲିଖିତ ଅଭିଯୋଗ ଦର୍ଶାଇଛନ୍ତି , ତାଙ୍କ ଗ୍ରାମର ଜନଵସତି ଠାରୁ ମାତ୍ର ଦଶଫୁଟ ଦୂରରେ ସ୍ଥାନୀୟ ସ୍କଲର ଶିକ୍ଷକ ତଥା ସିଆରସି ଶ୍ରୀ ପ୍ରଶାନ୍ତ କୁମାର ଜେନା ଗତବର୍ଷ 8ଟା ଇଟା ଭାଟି ବ୍ୟଵସାୟ ଉଦ୍ଧେଶ୍ୟରେ କରିଥିବା ଵେଳେ ଗ୍ରାମବାସୀ ସମେତ ସରପଞ୍ଚ ବାରଣ କରିଥିଲେ। ଯାହାଫଳରେ ପରିଵେଶ ଦୂଷିତ ହୋଇ କୋଇଲା ଧୂଆଁ ମୟରେ ଗ୍ରାମରେଅସ୍ବବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେବା ସହ ସରପଞ୍ଚ ମାଙ୍କର ସ୍ବାସ୍ଥ୍ୟ ଗୁରୁତର ହୋଇଥିବା ଜଣାପଡିଛି। ସିଆରସି ଶ୍ରୀ ଜେନାଙ୍କର ଶିକ୍ଷ୍ୟାଦାନ ପ୍ରତି ଗୁରୁତ୍ୱ ନଥାଇ ଇଟା ବେପାର ପ୍ରତି ଅଧିକ ସମୟ ଦେଇ ବହୁ ଅର୍ଥ ରୋଜଗାର କରୁଥିବାରୁ ଏଵେ ପୁନର୍ବାର ଇଟା ନିର୍ମାଣ କରିବାକୁ ଵହୁ ପରିମାଣରେ ମାଟି କାଣ୍ଡି କରିଛନ୍ତି। ଏନେଇ ସରପଞ୍ଚ ଶ୍ରୀମତୀ ସେଠି କେରଡାଗଡ ଆର୍ ଆଇ ଓ ରାଜନଗର ତହସିଲଦାରଙ୍କୁ ଜଣାଇଥିଲେ। ହେଲେ ରାଜସ୍ବ ନିରୀକ୍ଷକ ଦୀପକ ଵେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅଭିଯୋଗ ପାଇବା ପରେ ତହସିଲଦାରଙ୍କୁ ତଦନ୍ତ ରିପୋର୍ଟ ଦିଆଯାଇଛି, କିନ୍ତୁ ତହସିଲଦାର କୁହନ୍ତି ସରପଞ୍ଚଙ୍କ ଅଭିଯୋଗ ପାଇ ତଦନ୍ତ କରିବାକୁ ରାଜସ୍ବ ନିରୀକ୍ଷକଙ୍କୁ ଚିଠି ହୋଇଛି। ହେଲେ ତହସିଲଦାର ଏଵଂରାଜସ୍ବ ନିରୀକ୍ଷକଙ୍କ ଏପରି ତାଳମେଳ ନଥିବା ଵୟାନ ପଛରେ କିଛି କାରଣ ଥାଇପାରେ ଵୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହେଲେ ସରପଞ୍ଚଙ୍କ ଅଭିଯୋଗ ଦେବାର 20 ଦିନ ବିତିଯାଇଥିଲେ ମଧ୍ୟ ତହସିଲଦାର ନିରବ ରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କାହା ଇଙ୍ଗିତରେ ନା ଵଦଳୀ ହେଵା ଭୟ ରହୁଛି ତାହା ଵୁଦ୍ଧିଜୀଵୀ ମହଲରେ ଚର୍ଚ୍ଚା ଯୋର ଧରୁଛି। ଦେଖାଯାଉ ଏ ପ୍ରଦୂଷଣ ଭରା ଵେନୀୟମ ଇଟା ଭାଟି ମାଫିଆଙ୍କ ପ୍ରତି ତହସିଲଦାର ଅଜୟ କୁମାର ମହାନ୍ତି କେଵେ ପଦକ୍ଷେପ ଗ୍ରହଣ କରିଵେ ଏଵଂ ସରକାରୀ ଚାକିରିଆ ହୋଇ ଵେନୀୟମ କାର୍ଯ୍ୟରେ ସମ୍ପୃକ୍ତି ଥିବା ସିଆରସି ଙ୍କ ବିରୁଦ୍ଧରେ ବ୍ଲକ ଶିକ୍ଷାଧିକାରୀ କି ପଦକ୍ଷେପ ନେଉଛନ୍ତି, ତାହା ଚାତକପରି ଚାହିଁବସିଛନ୍ତି ଗ୍ରାମଵାସୀ।

nis-ad
Leave A Reply

Your email address will not be published.