ମାଲକାନଗିରି ଆଦର୍ଶ ମହାବିଦ୍ୟାଳୟରେ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ.ଭି3ସ୍ଥିତ ଆଦର୍ଶ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ରାଜ୍ୟ ସରକାର ଙ୍କ ଦ୍ୱାରା ନିର୍ଦ୍ଦେଶିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ତଥା ସମ୍ମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଓ ସାମାଜିକି ସଚେତନତା କାର୍ଯ୍ୟକଳାପ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନେ ନିଜକୁ ସାମିଲ କରାଇ ହାତରେ ବିଭିନ୍ନ ସଚେତନତା ବାର୍ତାର ପ୍ଲାଗକାର୍ଡ, ବ୍ୟାନର ଧରି ଜନ ସଚେତନତା ରାଲି କରିବା ସହିତ ସମାଜ ସେବା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଛନ୍ତି!ଚଳିତ ମାସ ତା 28/11/2023ରେ 300ରୁ ଅଧିକ ଛାତ୍ର ଛାତ୍ରୀ ବାଲ୍ୟ ବିବାହ କୁ ବିରୋଧ କରି ନିକଟସ୍ଥ ଗ୍ରାମ ରେ ସଚେତନତା କାର୍ଯ୍ୟକ୍ରମ କରିଛନ୍ତ । ସେହିଭଳି ଘର ଘର ବୁଲି ଲୋକ ମାନଙ୍କୁ ବାଲ୍ୟ ବିବାହ ର ଅପକାରିତା ସମ୍ପର୍କ ରେ ଜନସାଧାରଣ ଙ୍କୁ ଅବଗତ କରିଛନ୍ତି ।ଗତ ତା 29/11/2023 ରେ ଛତ୍ର ଛାତ୍ରୀ ମାନେ ଏକ ବିଶାଳ ସୋଭା ଯାତ୍ରାରେ ଏମ :ଭି :4 ଗ୍ରାମ କୁ ଯାଇ ପ୍ଲାଷ୍ଟିକ ବାବହାର କୁ ବାରଣ କରି ଜନସାଧାରଣଙ୍କୁ ସଚେତନ କରିଛନ୍ତି । ଆଦର୍ଶ ମହାବିଦ୍ୟାଳୟ ର ଅଧକ୍ଷ ଆଲୋକ କୁମାର ପାତ୍ର ଓ ଅଧ୍ୟାପକ ଚିନ୍ମୟ ମହାନନ୍ଦଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀ ସଫେଇ କାର୍ଯ୍ୟ କରିଥିଲେ । ଏମ :ଭି :4 ଗ୍ରାମ ରେ ଥିବା ପ୍ରାଥମିକ ବିଦ୍ୟାଳୟ କୁ ଯାଇ କୁନି କୁନି ଛାତ୍ର ଛତ୍ରୀ ସହ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତ ରେ ପ୍ଲାଷ୍ଟିକ ର କୁ ପ୍ରଭାବ ସମ୍ପର୍କ ରେ ସଚେତନତା କରାଇଥିଲେ । ଅଧ୍ୟାପକ ରତ୍ନାକର ମିଶ୍ର, କିରଣ କୁମାର ଜମାଦଳିଆ, ମଣ୍ଡଳ ଶରତ ବେହେରା, ରଶ୍ମିତା ନନ୍ଦ, ଚିନ୍ନମୟୀ ମହାରଣା, ସୋମ୍ୟରଞ୍ଜନ ଦାସ, ଦେବାଶିଷ ପାଲ ପ୍ରମୁଖ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମବାସୀ ସରକାରଙ୍କ ଏହି କାର୍ଯ୍ୟକ୍ରମ ଓ ଛାତ୍ର ଛତ୍ରୀ ଙ୍କ ଭୂମିକାକୁ ଅତ୍ୟନ୍ତ ପ୍ରଶଂସା କରିଥିଲେ । ଆଗାମୀ ଭବିଷ୍ୟତରେ ଆଦର୍ଶ ମହାବିଦ୍ୟାଳୟର ଅନେକ କାର୍ଯ୍ୟକ୍ରମ ହେବାକୁ ଯାଉଛି ବୋଲି ଇଂରାଜୀ ଅଧ୍ୟାପକ ଆଗୁଆ ସୂଚନା ଦେଇ ଅଛନ୍ତି । ଆଦର୍ଶ ମହାବିଦ୍ୟାଳୟ ର ଅଧକ୍ଷ ଆଲୋକ କୁମାର ପାତ୍ରଙ୍କ ନିର୍ଦେଶ ରେ ସୁଡେଣ୍ଟ ରିପ୍ରେଜେଣ୍ଟଟେଟିଭି ଭାବେ +3 ତୃତୀୟ ବର୍ଷ କଳା ବିଭାଗ ର ଛାତ୍ର ପ୍ରବୀଣ କୁମାର ବିହାରୀ ଏହି ସଚେତନତା କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ ଓ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.