କଲେଜ ଛାତ୍ରୀଙ୍କୁ ଧକ୍କାଦେଇ ବାଇକ୍ ଆରୋହୀ ଫେରାର

ରାଜନଗର : ତିନିଜଣ ବାଇକରେ ବସି ଦ୍ରୁତଗତିରେ ଆସିଲେ , କଲେଜରୁ ସାଙ୍ଗହୋଇ ସାଇକେଲରେ ଘରକୁ ଫେରୁଥିବା ଦୁଇ ଛାତ୍ରୀଙ୍କୁ ଧକ୍କା ଦେଇ ଆଖି ପିଛୁଳାକେ ଚାଲିଗଲେ। ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ତଳେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିଲା ଅନ୍ୟଜଣେ ଛାତ୍ରୀ ଭଗବାନଙ୍କ କୃପାରୁ ବର୍ତ୍ତୀଯାଇଥିଲେ। ସେ ସାଙ୍ଗ ସାଥି ଏବଂ ପିଡିତାଙ୍କ ମାକୁ ଖବର ଦେଇ ମିଳିମିଶି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଓ ନର୍ସ ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରିଦେଲେ,ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛନ୍ତି।

ଏହାଭିତରେ ମେଡିକାଲରେ ଘଣ୍ଟାଏ ତିରିସି ମିନିଟ୍ ଵିତିଯାଇଥିଲା। ପ୍ରିନ୍ସିପାଲ ଅତୁଲ ବଳଙ୍କୁ ଦୁର୍ଘଟଣା ସମନ୍ଧରେ ମେଡିକାଲରୁ ସଙ୍ଗେ ସଙ୍ଗେ ଜଣାଇ ଦିଆଯାଇଥିଲା। ସେ ଜାଣି ଶୁଣି ଉତ୍ତର ଦେଇଥିଲେ ପେଣ୍ଠରେ ପ୍ରୋଗ୍ରାମ ଅଛି, ମୁଁ ଷ୍ଟାଫ ପଠାଇଵି, ଵିଳମ୍ଵ ହେଲେ ମଧ୍ୟ ଅଧ୍ୟାପିକା ଓ ଅଧ୍ୟାପକ ଆସି ଛାତ୍ରୀ ଅବସ୍ଥା ଦେଖି ଡାକ୍ତରଙ୍କ ସହ କଥା ହୋଇ ଫେରିଯାଇଥିଲେ। ହେଲେ ପ୍ରିନ୍ସପାଲ ଶ୍ରୀ ଵଳ ମାନଵିକତାର ପରିଚୟ ନଦେଇ ଛାତ୍ରୀର ଦୁର୍ଘଟଣା ସମୟରେ ସମବେଦନା ନଜଣାଇ ଏପରି ପ୍ରୋଗ୍ରାମ ଥିବା କହିବା କେତେଦୂର ସମିଚିନ ଵୋଲି ମେଡିକାଲରେ ଉପସ୍ଥିତ ଥିବା ସାଧାରଣ ଲୋକ ବିଭିନ୍ନ ମତପ୍ରକାଶ କରିଛନ୍ତି।ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମା ଶ୍ରୀ ଶ୍ରୀ ଜଗନ୍ନାଥ ମହାଵିଦ୍ୟାଳୟରେ ମହିଷାସୁର ପଞ୍ଚାୟତ ତିଅର ଗ୍ରାମର ମନିଶା ବିଶ୍ବାଳ ଓ ଵର୍ଷାରାଣୀ ବିଶ୍ବାଳ ସବୁଦିନ ପରି ଘରୁ ସାଇକେଲ ଯୋଗେ କଲେଜକୁ ଆସି ଫେରନ୍ତି। ସେ +2ଆର୍ଟସ୍ ପଢନ୍ତି। ଆଜି +3ର ସମସ୍ତ ଛାତ୍ରଛାତ୍ରୀ ନଵୀନ ଓଡିଶା କାର୍ଯ୍ୟକ୍ରମରେ ପେଣ୍ଠ ନିକଟସ୍ଥ ସଫେଇ କାର୍ଯ୍ୟରେ ଯାଇଥିବା ଶୁଣିବାକୁ ମିଳିଛି। ଜଣେ ଦୁଇଜଣଙ୍କୁ ଛାଡିଦେଲେ ପ୍ରାୟ ଅଧ୍ୟାପିକା ଅଧ୍ୟାପକ ଏହି କାର୍ଯ୍ୟକ୍ରମକୁ ଯାଇଥିଲେ।ହେଲେ ପୂର୍ବାହ୍ନରେ ଛାତ୍ରୀ ଦ୍ବୟ କଲେଜରୁ ଘରକୁ ଫେରୁଥିବା ସମୟରେ ମହିଷାସୁର ପହଲି ସାହୁ ସିମେଣ୍ଟ ଦୋକାନ ସାମ୍ନା ମୁଖ୍ୟ ରାସ୍ତାରେ ବାଇକ୍ ଛାତ୍ରୀଙ୍କ ପଛପଟୁ ପିଟି ପଳାଇଯାଇଥିଲା। ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ରିପୋର୍ଟ ଲେଖାହେଵା ପର୍ଯ୍ୟନ୍ତ ବାଇକ୍ ଆରୋହୀ ର ପତ୍ତା ମିଳିନାହିଁ।

nis-ad
Leave A Reply

Your email address will not be published.