ଫୁଲବାଣୀ: ସରପଞ୍ଚଙ୍କ ପୁଅର ମୃତ ଦେହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଠାବ ହୋଇଛି l ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଡ଼କି ଗ୍ରାମ ପଞ୍ଚାୟତରେ l ମୃତ ଯୁବକଙ୍କ ନାମ ସଞ୍ଜିତ କୁମାର ମଲ୍ଲିକ ତାଙ୍କ ମା’ଙ୍କ ନାମ ନମିତା ମଲ୍ଲିକ ସେ ବର୍ତ୍ତମାନ ଦଡ଼କି ଗ୍ରାମ ପଞ୍ଚାୟତର ସରପଞ୍ଚ ଅଛନ୍ତି l ଏହା ସହିତ ସଞ୍ଜିତ୍ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପ -ସଭାପତି ମଧ୍ୟ ଥିଲେ l ସଦର ଥାନା ପୋଲିସ ଡଗ ସ୍କ୍ୱାଡ଼ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଖବର ସଂଗ୍ରହ ବେଳକୁ ତାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ବାସଭବନରେ ପଡି ରହିଥିବା ସୂଚନା ମିଳିଛି l ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ଏ ନେଇ ୧୯୭ /୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l
Sign in
Sign in
Recover your password.
A password will be e-mailed to you.