ଫୁଲବାଣୀ ୧।୧୨ : ଫୁଲବାଣୀ ଶିଳ୍ପ ତାଲିମ କେନ୍ଦ୍ର ରେ ଆଜି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ସମନ୍ବିତ ଶିଶୁ ବିକାଶ(ଆଇୱାଇଡିପି) କାର୍ଯ୍ୟକ୍ରମ ର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ସମାଜରେ ଯୁବଶକ୍ତିର ଆବଶ୍ୟକତା ଏବଂ ଏହାର ଗୁରୁତ୍ବ ବିଷୟରେ କହିଥିଲେ। ଏହି ଅବସରରେ ଅନ୍ଯତମ ଅତିଥି ଭାବେ ଜିଲ୍ଲା ନିୟୋଜନ ଅଧିକାରୀ ପୁରୁଷୋତ୍ତମ ମିଶ୍ର,ଆଇଏମସି ଫୁଲବାଣୀ ର ଅଧ୍ୟକ୍ଷ ନୀଳମାଧବ ମିଶ୍ର,ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ଶିବପ୍ରସାଦ ତ୍ରିପାଠୀ,କସମ କନ୍ଧମାଳର ସମ୍ପାଦକ ସଞ୍ଜିତ କୁମାର ପଟ୍ଟନାୟକ ଯୋଗ ଦେଇ ସେମାନଙ୍କ ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିଭଳି ଭାବେ ସେମାନଙ୍କ ପ୍ରତିଭାକୁ ସମାଜରେ ପ୍ରତିପାଦିତ କରିବା ସହିତ ନିଜେ କିଭଳି ଭାବେ ସମାଜରେ ପ୍ରତିଷ୍ଠିତ ହେବେ,ତାହା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଇଟିଆଇ ର ଅଧକ୍ଷ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ପ୍ରାରମ୍ଭିକ ଭାଷଣରେ,ଆଇଟିଆଇ ର ଛାତ୍ରଛାତ୍ରୀ ମାନେ କେବଳ ଶିଳ୍ପ ତାଲିମ ରେ ନୁହେଁ ସାମାଜିକ କ୍ଷେତ୍ରରେ ମଧ୍ୟ ଆଗୁଆ ଅଛନ୍ତି ବୋଲି କହିଥିଲେ।ଫୁଲବାଣୀ ଆଇଟିଆଇ ର ଛାତ୍ରୀ ପ୍ଲମ୍ବର ଟ୍ରେଡ୍ ରେ ତାଲିମ୍ ଗ୍ରହଣ କରି ରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ତେଣୁ ପିଲାମାନେ ନିଜ ନିଜ ଟ୍ରେଡ୍ ରେ ସଠିକ୍ ଭାବେ ତାଲିମ୍ ଗ୍ରହଣ କରି ସମାଜରେ ନିଜର ସ୍ଥାନ ନିରୁପଣ କରିପାରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ଗତ ନଭେମ୍ବର ୨୮ ତାରିଖରେ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ କୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଉଦଘାଟନ କରିଥିଲେ।ଏହି ଚାରି ଦିନ ଧରି ଆଇଟିଆଇ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳକୁଦ, ଚିତ୍ରାଙ୍କନ, ବକ୍ତୃତା ତିଯୋଗୀତା ଏବଂ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହାର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଫୁଲବଣୀ ବିଧାୟକ, ଆଇଟିଆଇ ଅଧ୍ୟକ୍ଷ ଏବଂ କ୍ରୀଡ଼ା ସଂସଦ ସମ୍ପାଦକଙ୍କୁ ତାଙ୍କର ଦିର୍ଘ ଦିନର ନିରବଛିନ୍ନ ସେବା ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସମେତ ଟିଆଇ ର ବିଭିନ୍ନ ଟ୍ରେଡ଼ର ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷଣ ଅଧିକାରୀଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଅଶୋକ କୁମାର ମହାନ୍ତି ପରିଚାଳନା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆଇଟିଆଇ ର ପ୍ରଶିକ୍ଷଣ ଅଧିକାରୀ ଡ. ନୃସିଂହାନନ୍ଦ ମହାପାତ୍ର, ପ୍ରଶାନ୍ତ କୁମାର ମିଶ୍ର,ସ୍ମୃତିରଞ୍ଜନ ପ୍ରଧାନ,ସତ୍ୟବ୍ରତ ପାଣିଗ୍ରାହୀ,ଗୌରବ ମହାପାତ୍ର ଏବଂ ମଧୁସ୍ମିତା ସିଂ ପ୍ରମୁଖ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ। ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।