୫ଦଫା ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

ମାଲକାନଗିରି : ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖା ପକ୍ଷରୁ ଆଜି ନିଜର ପାଞ୍ଚ ଦଫା ଦାବି ନେଇ ମାଲକାନଗିରି ସଦର ମହକୁମାରେ ଥିବା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟ ଠାରୁ ଶୋଭାଯାତ୍ରାରେ ବାହାରି ଥିଲେ l ରାଜ୍ୟ ସରକାରଙ୍କର ବିଭିନ୍ନ ସଂଗଠନକୁ ଅନୁଦାନ,ପେନସନ,ସ୍ୱାସ୍ଥ୍ୟବିମା ଭଳି ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଉ ଥିବା ସାମ୍ବାଦିକଙ୍କୁ କେବଳ ସ୍ୱାସ୍ଥ୍ୟବୀମା ଭଳି ଲାଲୀପପ ଦେଇ ନିଜର କର୍ତ୍ତବ୍ୟ ସାରିଦେଲା ଭଳି ମନେ ହେଉଅଛି l ବିଭିନ୍ନ ରାଜନୈତିକ ଦଳ,ସାମଜିକ ସଂଗଠନ,ବିଭିନ୍ନ ଅନୁଷ୍ଠାନ ନିଜର ଦାବି ଗୁଡ଼ିକୁ ପୂରଣ ନିମନ୍ତେ ସାମ୍ବାଦିକଙ୍କ ଜରିଆରେ ଉପସ୍ଥାପନ କରୁଥିବା ବେଳେ ସାମ୍ବାଦିକଟିଏ କିନ୍ତୁ ସବୁ କ୍ଷେତ୍ରରେ ଅବହେଳିତ ହେଉଥିବା ନଜର ରହିଛି l ଏହି କ୍ରମରେ ରାଜ୍ୟ ରାଜଧାନୀରେ ବିଭିନ୍ନ ସଂଗଠନ ସଚିବାଳୟ ସାମ୍ନାରେ ଦାବି ପୂରଣ ପାଇଁ ଧାରଣା ଦେଉଥିବା ବେଳେ । ସାମ୍ବାଦିକ ଏକତାରକ୍ଷା ପାଇଁ ରାଜ୍ୟ ସଂଘର ପରାମର୍ଶ କ୍ରମେ ସମସ୍ତ ଜିଲ୍ଲା ରେ ଏକାଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସଂମୁଖରେ ସାମ୍ବାଦିକମାନେ ଧାରଣ ଦେଇଥିଲେ l ସାମ୍ବାଦିକ ନ୍ୟାର୍ଯ୍ୟ ଦାବିଗୁଡିକ ହେଉଛି, ସାମ୍ବାଦିକ ଆଇନ ପ୍ରଣୟନ, ଓଡିଶାରେ ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ଅବସରକାଳୀନ ପେନସନ, ଅଧିସ୍ୱୀକୃତି କମିଟି ପୁନଃରଗଠନ ଓ ବ୍ଲକ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ,ପ୍ରବର୍ତ୍ତିତ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ପଚିଶ ବର୍ଷରୁ ଉର୍ଦ୍ଧ ବୟସ୍କ ନିର୍ଭରଶୀଳ ସନ୍ତାନମାନଙ୍କୁ ସାମିଲ, ପ୍ରେସ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଏକାଡେମୀ କାର୍ଯ୍ୟଳୟ ସ୍ଥାପନା l ଏହି ସମ୍ବଧିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l ଏହି ଦାବିଗୁଡିକ ପୂରଣ ପାଇଁ ରାଜ୍ୟ ସଂଘ ତରଫରୁ ଆଗାମୀ ଦିନରେ ସମସ୍ତ ଜିଲ୍ଲା ରୁ ସମବେତ ହୋଇ ଆନ୍ଦୋଳନଆତ୍ମକ ପନ୍ଥା ଗ୍ରହଣ କରାଯିବକୁ ଯୋଜନା ରହିଛି l ଆଜିର ଏହି ପ୍ରତୀକ ଧାରଣାକୁ ବରିଷ୍ଠ ସାମ୍ବାଦିକଗଣ ସମର୍ଥନ କରିବା ସହ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଦାବିକୁ ସମର୍ଥନ ଜଣାଇଥିଲେ l ଆଜିର ଏହି ଶୋଭାଯାତ୍ରା ଓ ଧାରଣା ପ୍ରଦର୍ଶନ ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୬୦ଉର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.