ହିଞ୍ଜିଳିକାଟୁ ସ୍ଵୟଂ ସାସିତ ବିଜ୍ଞାନ ମହାବିଦ୍ୟାଳୟ ରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ…

ହିଞିଳିକାଟୁ ୧!୧୨ ହିଞିଳିକାଟୁ ସ୍ୱୟଂ ସାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ବିଭିନ୍ନ କ୍ରିଡା , ସାଂସ୍କୃତିକ ଓ ସାମାଜିକ ସେବା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ସ୍ଵାସ୍ତିକା ପାଢି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସିକା ଲୋକ ସଭା ସାଂସଦ ପ୍ରମିଳା ବିଷୋୟୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ହିଞିଳିକାଟୁ ପୈରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଓ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ହିଞିଳିକାଟୁ ବିଜେଡି ନଗର ସଭାପତି ତଥା ପୂର୍ବତନ କାଉନସିଲର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ମହାବିଦ୍ୟାଳୟ ର ପରିଚାଳନା ସଦସ୍ୟ ଭୀମସେନ ବେହେରା ଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ବିନୋଦ ବିହାରୀ ପାତ୍ର

ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ଅରୁଣ କୁମାର ଖାଡଙ୍ଗା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ପରିଶେଷରେ କୃତି ଛାତ୍ରୀ ଛାତ୍ର ମାନଙ୍କୁ ଆସିକା ଲୋକ ସଭା ସାଂସଦ ପ୍ରମିଳା ବିଷୋୟୀ ଓ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ପୁରସ୍କାର ପ୍ରଦାନ କରିଥିଲେ।ସ୍ଵମନିତ ଯୁବ ବିକାଶ ନିମନ୍ତେ # ନୂଆ – ଓ “ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଆବଶ୍ୟକ ଥିବା ଓ ସ୍ଵମନିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ସାମାଜିକ, ସାଂସ୍କୃତିକ, କ୍ରିଡା କ୍ଷେତ୍ରରେ ବିକଶିତ କରିବା ମୂଳ ଲକ୍ଷ ଏବଂ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ସାଂସ୍କୃତିକ ପ୍ରତିଭା ର ବିକାଶ ପାଇଁ ବିଭିନ୍ନ କ୍ଳାସିକାଲ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ଆଞ୍ଚଳିକ ଲୋକନୃତ୍ୟ ପରିବେଷଣ ରେ ମଞ୍ଚ ପ୍ରକମ୍ପିତ ହୋଇ ଉଠିଥିଲା । କଲେଜ ର ସମସ୍ତ ଛାତ୍ରୀ ଛାତ୍ର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଯୁବ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ କୁ ସମସ୍ତ ଅଧ୍ୟାପକ ଡ଼ ପ୍ରଦୀପ କୁମାର ନନ୍ଦ,ସୂଜତା ମହାପାତ୍ର, କିରାଣୀ ଜିତେନ୍ଦ୍ର କୁମାର ପଣ୍ଡା ଙ୍କ ସହ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।।

nis-ad
Leave A Reply

Your email address will not be published.