ହତ୍ୟା ଅଭିଯୁକ୍ତକୁ ଆଜୀବନ କାରା ଦଣ୍ଡାଦେଶ

ଦେବଗଡ :ଗତ ୨୦୧୫ ମସିହାରେ ଦେବଗଡ ଜିଲା କୁଣ୍ଢେଇଥାନା ଅନ୍ତର୍ଗତ ଘୋଡାପକା ଗ୍ରାମରେ ସଂଘଟିତ ହତ୍ୟା ମ।ମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲା ଓ ଦୌରାଜଜ ସନ୍ତୋଷ କୁମାର ନାୟକ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ଏଥିସହ ୨ହଜାର ଟଂକା ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୫ ମସିହା ଜୁନ ମାସ ୧୧ ତାରିଖ ଦିନ ଗ୍ରାମ ପୋଖରୀରୁ ମାଛ ଚୋରୀକୁ କେନ୍ଦ୍ର କରି ଘୋଡାପକା ଗ୍ରାମର ଶଙ୍କର୍ଷଣ ସାହୁଙ୍କୁ ହତ୍ୟା କରାଯାଇଥିବା କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅଧାରରେ ପୋଲିସ ଏକ ହତ୍ୟା ମାମଲା ଋଜୁ କରିବା ସହ ଅଭିଯୁକ୍ତ ଦାମୋଦର ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ଦାମୋଦର ବିରୁଦ୍ଧରେ ଅଦାଲତରେ ଚାର୍ଯସିଟ ଦାଖଲ କରିଥିଲା । ମାନ୍ୟବର ଅଦାଲତ ଅତିରିକ୍ତ ଜିଲା ଓ ଦୌରାଜଜ ସରକାରଙ୍କ ପକ୍ଷରୁ ୨୪ ଜଣ ଓ ଅଭିଯୁକ୍ତ ପକ୍ଷରୁ ୨ ଜଣଙ୍କ ସାକ୍ଷ୍ୟ ଓ ବୟାନ ରେକର୍ଡ କରିବାସହ ଉଭୟ ପକ୍ଷର ଓକିଲଙ୍କ ଜବାବ ସୁଆଲକୁ ଭିି କରି ଅଭିଯୁକ୍ତ ଦାମୋଦର ମାଝୀକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସୁଧାଂଶୁ କୁମାର ଅମାତ୍ୟ ମୋକଦ୍ଦମା ପରିଚାଳନା କରୁଥିଲେ ।

nis-ad
Leave A Reply

Your email address will not be published.