ପ୍ରମାଣ ଅଭାବରୁ ପିତୃ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋରେ ଖଲାସ…

ଦେବଗଡ : ଦେବଗଡ ଜିଲା ଓ ଦୌରା ଜଜ ଗୌତମ ଶର୍ମା ଏକ ହତ୍ୟା ମାମଲାର ବିଚାର କରି ପ୍ରମାଣ ଅଭାବରୁ ଜଣେ ପିତୃ ହତ୍ୟା ଅଭିଯୁକ୍ତ ପୁତ୍ରକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ ୨୦୧୮ ମସିହା ଜୁନ ମାସ ୧୮ ତାରିଖ ରାତ୍ରୀରେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଶୃଙ୍ଗିପାଳ ଗ୍ରାମର ଭାଗିରଥି ମୁଣ୍ଡା (୬୦)ଙ୍କୁ ତାଙ୍କ ପୁଅ ଅର୍ଜୁନ ମୁଣ୍ଡା (୨୪)ଏକ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଭାଗିରଥିଙ୍କ ବଡପୁଅ ବିନୋଦ ମୁଣ୍ଡା କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଅର୍ଜୁନ ବିରୁଦ୍ଧରେ ୩୦୨ ଆଇପିସି, ୨୫ ଓ ୨୭ ଆର୍ମସ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ଅର୍ଜୁନକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲା ଜିଲା ଓ ଦୌରାଜଜଙ୍କ ଅଦାଳତରେ ବିଚାରଧିନ ଥିବା ବେଳେ ୧୮ ଜଣ ସାକ୍ଷ୍ୟ ଓ ବୟାନ ଶୁଣାଣି କରିବା ପରେ ମାନ୍ୟବର ଜିଲା ଓ ଦୌରାଜଜ ପ୍ରମାଣ ଅଭାବରୁ ହତ୍ୟା ଅଭିଯୁକ୍ତ ଅର୍ଜୁନଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିବା ଜଣାପଡିଛି । ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ଆଲୋକ ସୌରଭ ବେହେରା ମୋକଦ୍ଦମା ପରିଚାଳନା କରୁଥିଲେ ।

nis-ad
Leave A Reply

Your email address will not be published.