ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଦେବଗଡ ତରଫରୁ ମହିଳା ଯୌନ ଉତ୍ପୀଡନ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ

ଦେବଗଡ : ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଦେବଗଡ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଦେବଗଡ ତରଫରୁ ମହିଳା ଯୌନ ଉତ୍ପୀଡନ ପ୍ରତିକାର (ପ୍ରତିରୋଧ, ନିଷେଧ ଏବଂ ପ୍ରତିକାର) ଅଧିନିୟମ, ୨୦୧୩ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଅପୂର୍ବା ଚୌଧୁରୀ, ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡ. ସାଧନା ଦାଶ, ରିମାଣ୍ଡ ଆଡ୍‌ଭୋକେଟ୍ ଦିଲିପ୍ କୁମାର ଗୁରୁ, ଆଡଭୋକେଟ୍ ପ୍ରିତି ପରିମିତା ବେହେରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଦେବଗଡ ର କର୍ମକର୍ତା ମାନଙ୍କୁ ଉପରୋକ୍ତ ଅଧିନିୟମ ଏବଂ ଏହି ନିୟମ ବଳରେ ଗଠିତ ହୋଇଥିବା ଆଭ୍ୟନ୍ତରୀଣ ଅଭିଯୋଗ ସମିତି ଓ ଏହାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରିମାଣ୍ଡ ଆଡ୍‌ଭୋକେଟ୍ ଦିଲ୍ଲିପ କୁମାର ଗୁରୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ଅପୂର୍ବା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.