ଜିଲ୍ଲା ସଡକ ସୁରକ୍ଷା କମିଟୀ ବୈଠକ ଅନୁଷ୍ଠିତ…

ଦେବଗଡ : ଦେବଗଡ ଆଂଚଳିକ ପରିବହନ ବିଭାଗ ଆନୁକୂଳ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲ୍ଲା ସଡକ ସୁରକ୍ଷା କମିଟୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେବଗଡ ଆଂଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ, ଜିଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ଡିଏସ୍‌ପି ଅଜୟ କୁମାର ତିର୍କୀ, ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ସୋରେନ, ପୁର୍ତ୍ତୀ ବିଭାଗ(ରାସ୍ତା ଓ ସୌଧ)ର ସହକାରୀ ନିର୍ବାହୀ ଯନ୍ତ୍ରୀ ଚିତରଞ୍ଜନ ନାୟକ ଓ ଅବକାରୀ ନିରୀକ୍ଷକ ମଧୁସୂଦନ ସାହୁଙ୍କ ସମେତ ଜାତୀୟ ରାଜପଥ ବିଭାଗ,ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀଙ୍କ ସମେତ ଜିଲା ସଡକ ସୁରକ୍ଷା କମିଟୀର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ । ବିଶେଷ କରି ରାଂଚି – ବିଜୟୱାଡା ରାସ୍ତା ମରାମତି ଓ ପୁନଃନିର୍ମାଣ, ବାରକୋଟ – ରଜାମୁଣ୍ଡା ଏନ୍‌ଏଚ୍ ୪୩ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ସମେତ ଦୁର୍ଘଟଣା ଏଡାଇବା ନିମନ୍ତେ ପାର୍କିଂ ବ୍ୟବସ୍ଥା , ରାସ୍ତାଘାଟର ମରାମତି , ବିଭିନ୍ନ ସ୍ଥାନରେ ସତର୍କତା ମୂଳକ ସୂଚନା ଫକଳ ସ୍ଥାପନ ଓ ରାସ୍ତା ଉପରୁ ଜବର ଦଖଲ ଉଚ୍ଛେଦ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶେଷରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.