ମରୁଡି ଘୋଷଣା ନେ଼ଇ ଚାଷୀଙ୍କ ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ…

ଧରାକୋଟ : ଧରାକୋଟ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମର ରଘୁନାଥ ସ୍ବାମୀ ଫାର୍ମରସ କ୍ଳବ ତରଫରୁ ସରଧାପୁର ପଞ୍ଚାୟତ ଅଧିନସ୍ଥ ହିରାଖଣ୍ଡି, ବରିଗୁଡା, କେ. ରାଜେନ୍ଦ୍ର ପୁର, କୁସରାବ,ଲକ୍ଷ୍ମୀପୁର ପ୍ରଭୃତି ଗ୍ରାମରେ ବର୍ଷା ଅଭାବ ଯୋଗୁଁ ଚାଷୀମାନେ ମରୁଡି ପରିସ୍ଥିିତିର ସମ୍ମୁଖୀନ ହୋଇଛନ୍ତି । ଯାହା ଫଳରେ ସେମାନଙ୍କ ଖରିଫ ଫସଲ ଅମଳ କ୍ଷତିଗ୍ରସ୍ତ ହୋଇଛି । ଏଣୁ ଚାଷୀ ମାନଙ୍କ ତରଫରୁ ଧରାକୋଟ ଭରପ୍ରାପ୍ତ ତହସିଲଦାର ଡେନିସ ବେହେରାଙ୍କ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ,ଆସିକା କୃଷି ଜିଲ୍ଲା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଉଦ୍ଦେଶ୍ୟରେ ସରକାରୀ ସହାୟତା ଓ କ୍ଷତି ପୂରଣ ପାଇଁ ପ୍ରଦାନ କରାଯାଇଛି । ପ୍ରକାଶ ଯୋଗ୍ୟ ଏହି ପଞ୍ଚାୟତ ଦେଇ ଋଷିକୁଲ୍ୟା କେନାଲ ଯାଇଥିଲେ ମଧ୍ୟ କେନାଲ ଉପର ମୁଣ୍ଡରେ ଶହ ଶହ ହେକ୍ଟର ଜମି ରହିଥିବାରୁ ତାହା ଜଳସେଚିତ ହୋଇପାରୁନାହିଁ । ଚାଷୀ ସର୍ବଶ୍ରୀ ଶ୍ରୀ ହରି ମଲିକ, ରାମଚନ୍ଦ୍ର ପ୍ରଧାନ, କାହ୍ନୁ ଚରଣ ଦାସ,ଦଣ୍ଡପାଣି ଗୌଡ଼,ରାମ ଚନ୍ଦ୍ର ଗୌଡ଼ ଓ ନୀଳକଣ୍ଠ ମହାରଣା ଙ୍କ ସମେତ ସଂଖ୍ୟାଧିକ ଚାଷୀ ଏଥିରେ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.