ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ୫ ଦଫା ଦାବୀପତ୍ର ପ୍ରଦାନ…

ଦେବଗଡ,୨୯ା୧୧:ରାଜ୍ୟର ସମସ୍ତ ଧାନମଣ୍ଡି ଗୁଡିକୁ ଅବିଳମ୍ବେ ଖୋଲାଯିବା ସହ ଏଗୁଡିକୁ ସବୁଦିନ ଖୋଲା ରଖିବା , ଧାନ କ୍ରୟ ସମୟରେ କଟନୀ ଛଟନୀ ବନ୍ଦ ବନ୍ଦ କରିବା, ଧାନମଣ୍ଡିରେ ମିଲର ମାନଙ୍କ ଦାଦାଗିରି ବନ୍ଦ କରିବା ଓ ମିଲର ମାନଙ୍କ ଅବାଧ ପ୍ରବେଶକୁ ବନ୍ଦ କରିବା ଓ ଧାନକିଣା କ୍ଷେତ୍ରରେ ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବୀରେ ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୁଧବାର ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦେବଗଡ ଜିଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ଯୋଗେଶ୍ୱର ବିଶ୍ୱାଳଙ୍କ ନେତୃତ୍ୱରେ ଭାଜପା ବହୁ ନେତା ଓ କର୍ମୀ ଦେବଗଡ ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉପ ଜିଲ୍ଲାପାଳ ପରକ୍ଷୀତ ସାହୁଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ୫ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକ ପତ୍ର ପ୍ରଦାନ ସମୟରେ ଦେବଗଡ ଭାଜପା ଜିଲ୍ଲା ସଭାପତି ଅରୁଣ କୁମାର ସାହୁ, ଉପସଭାପତି ସତ୍ୟନାରାୟଣ ପାଣି, ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ଦାଶ , ପୌର ପରିଷଦ ଉପାଧ୍ୟକ୍ଷ ତଥା ଜିଲା ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରଜିତ କୁମାର ଭୋଜ,ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୁତିଆ ଙ୍କ ସମତେ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.