ଓଡ଼ିଶା କେନ୍ଦୁପତ୍ର କର୍ମଚାରୀସଂଘର ବିଭିନ୍ନ ଦାବୀ ନେଇ ଭୁବନେଶ୍ଵର ଚାଲ ଆହ୍ଵାନ…

ଦେବଗଡ଼, ୨୯|୧୧ ଦେବଗଡ଼ ବସନ୍ତ ନିବାସ ଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଡିଭିଜନ ସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।
ଡିଭିଜନ ସମ୍ପାଦକ ଭୁପେନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଦେବଗଡ଼ ଡିଭିଜନର ତିଲେଇବଣି, ରିଆମାଳ, ଦେବଗଡ଼, ବାରକୋଟ, କଣ୍ଡଲ , ରେଙ୍ଗାଲବେଡା, କୁଣ୍ଢେଇଗୁଳା, ବାମ୍ପର୍ଡା ରେଞ୍ଜ ର ଶତାଧିକ ଶିଯିନାଲ କର୍ମକର୍ତ୍ତା ଯୋଗ ଦେଇଥିଲେ। ସଂଘ ପକ୍ଷରୁ ଗତ ନଭେମ୍ବର ୯ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ରେ ଏକ ୧୨ ଦଫା ସମ୍ମଳିତ ଦାବୀ ପତ୍ର ପ୍ରସ୍ତୁତ କରାଯାଇଛି। ଏହି ଦାବିପତ୍ର ଅନୁସାରେ ଜି ଏସ ଟି ଉଚ୍ଛେଦ, ସର୍ବନିମ୍ନ ମଜୁରୀ ଘୋଷଣା ସହିତ ସିଯିନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ବୃଦ୍ଧି ଘୋଷଣା କରିବା, ୨୦୨୪ ମସିହା ପାଇଁ ତୋଳାଳୀ ମାନଙ୍କର ପତ୍ର ମୂଲ୍ୟ ବୃଦ୍ଧି କରିବା, ବନ୍ଧେଇ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିବା, ସାମାଜିକ ସୁରକ୍ଷା ନିମନ୍ତେ ବଜେଟ ରେ ୨୦୦କୋଟି ଟଙ୍କା ବଜେଟ ରେ ଘୋଷଣା କରିବା, ୬୨ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସାମାଜିକ ନିରାପତ୍ତା ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରିବା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ବାକି ଥିବା ତୋଳାଳୀ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରିବା, ଛାତ୍ର ବୃତ୍ତି ଆବେଦନ କୁ ସରଳି କରଣ କରିବା, କନ୍ୟା ବିବାହ ସହାୟତା ର ପୁନଃ ପ୍ରଚଳନ କରିବା ଆଦି ଦାବି ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ସରକାରୀ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାର ରେ ପୂର୍ବରୁ ଅନେକ ଦାବୀ ପୁରଣ ହୋଇ ଥିବା ବେଳେ ଅବଶିଷ୍ଟ ଦାବୀ ପୂରଣ ପାଇଁ ଦୃଷ୍ଟି ଆକର୍ଷଣ କରା ଯିବା ପାଇଁ ନିଷ୍ପତି ନିଆ ଯାଇଛି। ଏଥିପାଇଁ ଡିସେମ୍ବର ୧୦ତାରିଖ ସୁଦ୍ଧା ଆଲୋଚନା ଜରିଆରେ ଦାବୀ ପୁରଣ ନ ହେଲେ ଡିସେମ୍ବର ମାସରେ ଭୁବନେଶ୍ୱର ରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଶାଳ ସମାବେଶ ହେବା ପାଇଁ ନିଷ୍ପତି ନିଆ ଯାଇଛି, ଏଥିରେ ଦେବଗଡ଼ ଡିଭିଜନରୁ ଏକ ହଜାର ସଂଖ୍ୟାରେ ତୋଳାଳୀ କର୍ମଚାରୀ ପ୍ରତିନିଧି ଉପସ୍ଥିତ ରହିବେ ବୋଲି ନିଷ୍ପତି ହୋଇଛି, ଏହି ସମାବେଶ ରେ ସାରା ଓଡ଼ିଶାର ୧୯ଟି ଡିଭିଜନ ତୋଳାଳୀ କର୍ମଚାରୀ ଉପସ୍ଥିତ ରହିବା ପାଇଁ ରାଜ୍ୟ ସଭାପତି ଶ୍ରୀ ବିଜୟ ମହାନ୍ତି ଆହ୍ଵାନ କରିଛନ୍ତି। କେନ୍ଦୁପତ୍ର ୱେଲ ଫ୍ୟାର ବୋର୍ଡ ଉପଦେଷ୍ଟା ତଥା ସଂଘର ସମ୍ପାଦକ ସଂଜିତ ମହାନ୍ତି ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଦୃଷ୍ଟିଆକର୍ଷଣ କରିବା ସହ ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଆହ୍ଵାନ କରିଥିଲେ । ଏହା ସହିତ ଶ୍ରମିକ ଓ ତୋଳାଳୀ ମାନଙ୍କ ଦାବୀ ସମୁହ କୁ ସରକାର ଙ୍କ ପାଖରେ ପହଞ୍ଚାଇବା ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିର ସଭାରେ ରାଜ୍ୟ ସମ୍ପାଦକ ମହମ୍ମଦ ମୃତୁଜା ଦେବଗଡ଼ ଡିଭିଜନ ପକ୍ଷରୁ ସମସ୍ତ ସିଜିନାଲ କର୍ମଚାରୀ ଙ୍କୁ ଭୁବନେଶ୍ୱର ଯିବା ସହ ସମାବେଶ ରେ ସାମିଲ ହେବା ପାଇଁ ଆହ୍ଵାନ କରିଥିଲେ। ସଭାରେ ଭୂପେନ୍ଦ୍ର ନାୟକ, ବିଶ୍ଵନାଥ ସ୍ୱାଇଁ, ପରିକ୍ଷିତ ବେହେରା, ଗୁରୁ ଚରଣ ପ୍ରଧାନ, ରମେଶ ସାହୁ, ଗନ୍ଧର୍ବ ପ୍ରଧାନ, ଛବିଳ ସ୍ୱାଇଁ, ଅରୁଣ ସାହୁ, ଘନଶ୍ୟାମ ପ୍ରଧାନ, କୌସିକ ସାହୁ, ହୃଦାନନ୍ଦ ପ୍ରଧାନ, ଗୋବିନ୍ଦ ଗଡ଼ନାୟକ, ଭଗବାନ ପ୍ରଧାନ, ରମାକାନ୍ତ ସାହୁ, ଆଲୋକ ଅମାତ, ଅଲେଖ ମହାନନ୍ଦ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.