କିଶୋର ନ୍ୟାୟ ଅଧିନିୟମ ସମ୍ପର୍କିତ ଜିଲ୍ଲା ସ୍ତରୀୟ କାର୍ମଶାଳା…

ଦେବଗଡ଼, ୨୯|୧୧: ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ପାଇଁ କିଶୋର ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ କରିବା ଉଦେଶ୍ୟ ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଡିଏସପି ଏଚଆରପିସି ଅଜୟ ତିର୍କୀଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅବାହକତ୍ଵରେ କିଶୋର ନ୍ୟାୟ ଅଧିନିୟମ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ପୋଲିସ ଥାନାରୁ ମହିଳା ଓ ଶିଶୁ ଡେସ୍କ ଅଧିକାରୀମାନେ , ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଆଇସିଡିଏସର କର୍ମଚାରୀ , , ଶିଶୁମାନଙ୍କ ପାଇଁ କାମ କରୁଥିବା ବିଭିନ୍ନ ସ୍ଵେଛା ସେବି ଅନୁଷ୍ଠାନର କର୍ମକର୍ତା ଓ ଜିଲ୍ଲା ସିସକ୍ଷା ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହି ଜିଲ୍ଲା ସ୍ତରୀୟ କର୍ମଶାଳା ସମ୍ମାନିତ ଅତିଥି ଭାବେ କିଶୋର ନ୍ୟାୟ ପରିଷଦର ସଦସ୍ୟ ଡ.ସମୀର ନନ୍ଦ ଓ ଗାୟତ୍ରୀ ଦିବେଦୀ , ଶିଶୁ ମଙ୍ଗଳ ସମିତିର ଟିକେଶ୍ଵର ଧଳ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ , ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦ ସିଂ , ଆକ୍ସନଆଡ ଜିଲ୍ଲା ସଂଯୋଜକ ବିରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସାମାଜିକ ଯୋଜନାରୁ ବଞ୍ଚିତ ଶିଶୁ ଓ ସେମାନଙ୍କ ପରିବାରକୁ କିଶୋର ନ୍ୟାୟ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଏହି ଆଇନରେ ଥିବା ବିଭିନ୍ନ ପ୍ରବଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରଧୀକରଣର ଆଇନଜୀବୀ ଯଥା ପୂର୍ଣ ଚନ୍ଦ୍ର ବୁଡ। ଓ ପ୍ରୀତି ବେହେରା କିଶୋର ନ୍ୟାୟ ଅଧିନିୟମର ପ୍ରଭାବୀ କାର୍ଯ୍ୟକାରିତ। ପାଇଁ ଆଇନଜୀବୀମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଏହି ଜିଲ୍ଲା ସ୍ତରୀୟ ସମାବେଶକୁ ବିଭାଗୀୟ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ ଓ ଦେବରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.