ସୁର୍ଲୁକୋଣ୍ଡା ବ୍ୟାରେଜ୍ ପାଇଁ ସାତ ମାସ ଧରି ସୌର ଚାଳିତ ବିଦ୍ୟୁତ୍ ପାଲଟିଛି ଭରସା : ସାତମାସ ଧରି ବିଦ୍ୟୁତ୍ ସରୋବରାହ ଠପ୍ 

ଜିଲ୍ଳା ପ୍ରଶାସନଙ୍କ ତାଗିଦକୁ ଫୁଙ୍କି ଉଡ଼ାଇଦେଲେ କି ଓ.ଏଚ୍.ପି.ସି. କର୍ତ୍ତୃପକ୍ଷ ?

ମାଲକାନଗିରି/ବାଲିମେଳା : ଆନ୍ଧ୍ର ଓଡ଼ିଶା ସୀମାନ୍ତ, ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନା ଓ ଜଳଭଣ୍ଡାର, ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ର, ତଥା ସତୀଗୁଡ଼ା ଜଳ ଭଣ୍ଡାର ବିକାଶର ନିଦର୍ଶନ ରୂପେ ଅଭିହିତ କରାଯାଉଥିଲେ ହେଁ ଏହି ସ୍ଥାନ ଗୁଡ଼ିକ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀର ଅନନ୍ୟ ମାନ୍ୟତା ଗ୍ରହଣ କରି ଆସୁଛନ୍ତି । ତେବେ ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ର ଗତ ୧୯୭୩ ମସିହା ଅଗଷ୍ଟ ୧୪ ତାରିଖ ଠାରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହୋଇ ଆସିଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ମାସରେ ୫୦ବର୍ଷ ପୂର୍ତ୍ତିର ଏକ ପ୍ରକାର ଉଲ୍ଲସିତ ମାହୋଲ୍ ଦେଖିବାକୁ ମିଳିଥିଲା । ପ୍ରକଳ୍ପ ଯଦିଓ କେବଳ ବିଦ୍ୟୁତ୍ ଉତ୍ପାଦନର ଉଦ୍ଦେଶ୍ୟରେ ତିଆରି ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଜଳ ସେଚନ ନିମନ୍ତେ ମଧ୍ୟ ଯେହେତୁ ଏକ ସକରାତ୍ମକ ସମ୍ଭାବନା ପ୍ରତିଭାତ ହୋଇଥିଲା ଏଣୁ ସେହି ଅଶୀ ଦଶକ ଠାରୁ ହିଁ ଆରମ୍ଭ ହୋଇଗଲା ଜଳସେଚନ କାର୍ଯ୍ୟକ୍ରମ ।

ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ରାଜ୍ୟର ମିଳିତ ପ୍ରକଳ୍ପ ଭାବରେ ଚିତ୍ରକୋଣ୍ଡା ମାଟି ବନ୍ଧ ନିର୍ମାଣ ଏବଂ ବାଲିମେଳା ଜଳ ଭଣ୍ଡାର ସ୍ଥଳରେ ସମାନ ଭାବରେ ଉପଲବ୍ଧ ସିଲେରୁ ନଦୀ ଜଳକୁ ବାଣ୍ଟିବା ପାଇଁ ଚୁକ୍ତି କରାଯାଇଥିଲା । ଓଡ଼ିଶା ବାଲିମେଳା ଜଳକୁ ପୋଟେରୁ ଉପ-ନଦୀ ଅବବାହିକାରେ ବିଭକ୍ତ କରି ୩୬୦ ମେଗାୱାଟ (୬×୬୦ ମେଗାୱାଟ ୟୁନିଟ୍) ପାୱାର ହାଉସର ବିକାଶ କରାଯାଇଥିଲା। ବାଲିମେଲା ଜଳ ବିଦ୍ୟୁତ୍ କେନ୍ଦ୍ରରୁ ବିଦ୍ୟୁତ୍ ଉତ୍ପାଦନ ପରେ ନିଷ୍କାସିତ ହେଉଥିବା ଜଳକୁ ଜଳସେଚନ ପାଇଁ ଦୁଇଟି ମୁଖ୍ୟ କେନାଲକୁ ପୁନଶ୍ଚ ଚାଷ ଜମି ନିମନ୍ତେ ଜଳ ସେଚନ କରିବା ପାଇଁ ସୁର୍ଲୁକୋଣ୍ଡାରେ ଏକ ବ୍ୟାରେଜ୍ ନିର୍ମାଣ କରାଯାଇଥିଲା । ଯାହାର ଡାହାଣ ପାର୍ଶ୍ୱରେ ତମଶା ମେନ୍ କେନାଲ ଏବଂ ବାମ ପାର୍ଶ୍ୱରେ ଗୋମ୍ପାକୋଣ୍ଡା ମେନ୍ କେନାଲ ନିର୍ମିତ । ସେ ସମୟରେ ଏହି ଦୁଇଟି କେନାଲ ରାଜ୍ୟର ସବୁଠାରୁ ପଛୁଆ ଜିଲ୍ଲା ବୋଲାଉଥିବା ମାଲକାନଗିରି ଜିଲ୍ଲାରେ ଜଳସେଚନ ପାଇଁ ପୋଟେରୁ ଜଳସେଚନ ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଇଥିଲା ଏବଂ ଏହାଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ଜୀବନଧାରଣ ମାନ ମଧ୍ୟ ବୃଦ୍ଧି ପାଇଥିଲା। କେବଳ ସେତିକି ନୁହେଁ ବରଂ ବାଲିମେଳାରେ ଉପଲବ୍ଧ ଜଳରୁ ଆନ୍ଧ୍ରପ୍ରଦେଶର ଉପର ଅଂଶ ସିଲେରୁ, ଡଙ୍କରାଇ ଏବଂ ନିମ୍ନ ସିଲେରୁ ଜଳ ବିଦ୍ୟୁତ୍ କେନ୍ଦ୍ରରେ ଅବସ୍ଥିତ ବିଦ୍ୟୁତ୍ ଉତ୍ପାଦନ ପାଇଁ ସିଲେରୁ ନଦୀ ଦେଇ ପ୍ରବାହିତ ହେଉଛି ଏବଂ ଶେଷରେ ଶୁଖିଲା ସମୟରେ ଗୋଦାବରୀଠାରେ ଜଳସେଚନ ପାଇଁ ଜଳ ବ୍ୟବହାର ହୋଇଥାଏ। ଯେହେତୁ ସୁର୍ଲୁକୋଣ୍ଡା ଠାରେ ନିର୍ମିତ ବ୍ୟାରେଜ୍ ହିଁ ଜଳସେଚନର ମୁଖ୍ୟ ମଙ୍ଗ ଏଣୁ ଜିଲ୍ଲାର ଅନେକ ଆଦିବାସୀ ଏବଂ ଅଣଆଦିବାସୀ ଅଞ୍ଚଳ କୃଷି କାର୍ଯ୍ୟ ନିମନ୍ତେ ଏହି ଵ୍ୟାରେଜ୍ ଉପରେ ନିର୍ଭରଶୀଳ। କିନ୍ତୁ ସବୁଠାରୁ ଅଭାବନୀୟ ଘଟଣା ହେଲା ଗତ ସାତ ମାସ ହେଲା ଏହି ବ୍ୟାରେଜ୍ କୁ ବିଦ୍ୟୁତ୍ ସରୋବରାହ ବିଚ୍ଛିନ୍ନ କରି ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ ଗତ ଏପ୍ରିଲ୍ ମାସ ୨୭ ତାରିଖରେ ଶେଷ ଥର ପାଇଁ ସ୍ଵାଭାବିକ ବିଦ୍ୟୁତ୍ ସରୋବରାହ ପହଞ୍ଚିଥିଲା ସୁର୍ଲୁକୋଣ୍ଡା ବ୍ୟାରେଜ୍ ଠାରେ ଏବଂ ପରଦିନ ଅର୍ଥାତ୍ ୨୮ତାରିଖରୁ ସରୋବରାହ ବାଧାପ୍ରାପ୍ତ। ତେବେ ପରବର୍ତ୍ତୀ ସମୟରେ ଏକ ମାଙ୍କଡ଼ ଲାଗିଯିବା କାରଣରୁ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା ଜଣା ପଡ଼ିଥିଲା । ଫଳରେ କିଛି ଦିନ ପରେ ନୂତନ ଟ୍ରାନ୍ସଫର୍ମର ମଧ୍ୟ ଅଣାଗଲା ଯଦିଓ ବିଡ଼ମ୍ବନା ହେଲା ଯେ, ନୂତନ ଟ୍ରାନ୍ସଫର୍ମର ସତ୍ତ୍ଵେ ବିଦ୍ୟୁତ୍ ସରୋବରାହ କିନ୍ତୁ ବିଚ୍ଛିନ୍ନ ହିଁ ରହିଲା । ତେବେ ପୋଟେରୁ ଜଳ ସେଚନ ବିଭାଗର ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଶ୍ରୀ ପାତ୍ର ଇତିମଧ୍ୟରେ ସେମାନଙ୍କ କର୍ମଚାରୀଙ୍କ ଜରୁରୀ କାଳୀନ ବ୍ୟବସ୍ଥାକୁ ନିଶ୍ଚିତ କରାଇବାକୁ ସୋଲାର ବା ସୌର ଚାଳିତ ବିଦ୍ୟୁତ୍ ସରୋବରାହକୁ ହିଁ ବିକଳ୍ପ ବ୍ୟବସ୍ଥା ଭାବେ ଗ୍ରହଣ କରି ନିଆଯାଇଥିବା ପ୍ରକାଶ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ନୀଳାକାମ୍ବେରୁ ତଥା ସୋର୍ଲୁକୋଣ୍ଡାର ସ୍ଥାନୀୟ ବାସିନ୍ଦା ବାରମ୍ବାର ବିଦ୍ୟୁତ୍ କାଟ ଏବଂ ବିଦ୍ୟୁତ୍ ସରୋବରାହ ବିଚ୍ଛିନ୍ନକୁ ନେଇ ବାଲିମେଳା ସ୍ଥିତ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ ଅଫିସ୍ ସମ୍ମୁଖରେ ବେଶ୍ କିଛି ଦିନ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ପରେ ସ୍ଥାନୀୟ ବିଧାୟକଙ୍କ ସମେତ ସାଂସଦଙ୍କ ଉକ୍ତ ଘଟଣାରେ ହସ୍ତକ୍ଷେପ ପରେ ପରେ ଜିଲ୍ଲା ପ୍ରଶାସନଙ୍କ ମଧ୍ୟସ୍ଥତାରେ ଏକ ତ୍ରୀମୁଖି ଆଲୋଚନା ହୋଇଥିଲା । ଯେଉଁଠାରେ ଖୋଦ୍ ଜିଲ୍ଲାପାଳ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିଦ୍ୟୁତ୍ ସଂଯୋଗ ନେଇ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶନାମା ହଜାଇଦେଲେ କି ଓ.ଏଚ୍.ପି.ସି. କର୍ତ୍ତୃପକ୍ଷ? କାହା ଛତ୍ରଛାୟା ତଳେ ଦୌରାତ୍ମ୍ୟ ବଢ଼ିଚାଲିଛି ଓ.ଏଚ୍.ପି.ସି. କର୍ତ୍ତୃପକ୍ଷଙ୍କର? ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ପଛରେ କ’ଣ ରହିଛି ଷଡ଼ଯନ୍ତ୍ର? ଏ ସମସ୍ତ ବିଷୟ ବର୍ତ୍ତମାନ ବୁଦ୍ଧିଜୀବି ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ପୂର୍ବରୁ ଅନେକ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ଓ.ଏଚ୍.ପି.ସି. କର୍ତ୍ତୃପକ୍ଷ ରହି ଆସୁଥିବା ବେଳେ ବର୍ତ୍ତମାନ ଘଟଣାରେ କୌଣସି ଅଧିକାରୀଙ୍କ ଠାରୁ ପ୍ରତିକ୍ରିୟା ମିଳିପାରିନାହିଁ।

nis-ad
Leave A Reply

Your email address will not be published.